fbpx

ରାଜ୍ୟସଭାରେ ଉଠିଲା ହାଇଦ୍ରାବାଦ ଗଣଦୁଷ୍କର୍ମ ପ୍ରସଙ୍ଗ

ନୂଆଦିଲ୍ଲୀ,୨ ।୧୨: ରାଜ୍ୟସଭାରେ ଆଜି ହାଇଦ୍ରାବାଦ ଗଣଦୁଷ୍କର୍ମ ପ୍ରସଙ୍ଗ ଉଠାଇଛି କଂଗ୍ରେସ । ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ନେତା ଗୁଲାମନବୀ ଆଜାଦ । ସେ ଗୃହରେ କହିଛନ୍ତି ଯେ, ଦୋଷୀଙ୍କ ବିରୋଧରେ ରାଜ୍ୟ ସରକାର କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ । କେବଳ ଆଇନ କରିଦେଲେ ସମସ୍ୟାର ସମଧାନ ହେବନି । ଏଭଳି ମାମଲାରେ ସମସ୍ତେ ଆଗକୁ ଆସିବା ଦରକାର । ତେବେ ଲୋକସଭାରେ ଦିନ ୧୨ରେ ହାଇଦ୍ରାବାଦ ପ୍ରସଙ୍ଗରେ ଆଲୋଚନା ହେବ ।

ଉଲ୍ଲେଖଯୋଗ୍ୟ ଯେ, ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଟୋଲ୍ ପ୍ଲାଜାରେ ଦୁଇ ଟ୍ରକ୍ ଚାଳକ ଏବଂ ଦୁଇ ସଫେଇ କର୍ମଚାରୀ ଗଣଦୁଷ୍କର୍ମ କରି ତାଙ୍କର ହତ୍ୟା କରି ଥିଲେ। ପରେ ଅଭିଯୁକ୍ତ ମହିଳା ଡାକ୍ତରଙ୍କ ମୃତ ଶରୀରକୁ ପୋଡ଼ି ଦେଇଥିଲେ। ପୋଲିସ ଶୁକ୍ରବାର ରାତିରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି।

Get real time updates directly on you device, subscribe now.