fbpx

ଅଗ୍ନିଶମ ବିଭାଗର ନୂଆ ଡିଜି ହେଲେ ସୁନୀଲ ରାୟ

କଟକ,୨ ।୧୨(ଓଡିଶା ଭାସ୍କର): ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଡିଜି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁନୀଲ ରାୟ । କଟକ ସ୍ଥିତ ଅଗ୍ନିଶମ ମୁଖ୍ୟାଳୟରେ ସେ ଦାୟିତ୍ୱ ନେଇଛନ୍ତି । 1987 ବ୍ୟାଚ୍‌ର IPS ଅଧିକାରୀ ସୁନୀଲ ରାୟ | ପୂର୍ବରୁ ପୋଲିସ କମିସନର ଭାବେ ସେ କାର୍ଯ୍ୟ କରିଥିଲେ ।

ଦାୟିତ୍ୱ ନେବା ପରେ ସୁନୀଲ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ଏହା ଏକ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ, ଏହାକୁ ସୂଚାର ରୂପେ ତୁଲାଇବି । ଏଥିରେ ସାଧାରଣ ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯିବ । ଅଗ୍ନିଶମ ବିଭାଗରେ ଅଧିକ ସ୍ୱଚ୍ଛତା ଆଣିବାକୁ ପ୍ରୟାସ କରାଯିବ । ଲୋକଙ୍କୁ ଉନ୍ନତମାନର ସେବା ଯେଗାଇବା ହେବା ପ୍ରଥମ ଲକ୍ଷ୍ୟ ।’

Get real time updates directly on you device, subscribe now.