fbpx

ମୋ ପୁଅ ସହ ଛଳନା କରି ସୋନାଲି ଅନ୍ୟ ମାନଙ୍କ ସହିତ ହୋଟେଲ ଯାଉଥିଲା: ସୌମ୍ୟଙ୍କ ମା’ ଆଣିଲେ ଅଭିଯୋଗ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲ ଓ ବ୍ୟବସାୟୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ନୂଆ ଅଭିଯୋଗ ଆସିଛି । ସୋନାଲି ନନ୍ଦ ମୋ ପୁଅ ସହିତ ଭଲ ପାଇବାର ଛଳନା କରି ଅନ୍ୟ ପିଲାଙ୍କ ସହିତ ହୋଟେଲ ଯାଉଥିଲା ବୋଲି ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ମା’ । ସୋନାଲି ସବୁ ଶୋକୁ ଯିବା ପୂର୍ବରୁ ମୋ ପୁଅକୁ କଲ କରନ୍ତି ଏପରିକି ରାତିରେ ଶୋଇବା ପୂର୍ବରୁ ଉଭୟ ଲାଇନରେ ମଧ୍ୟ ରୁହନ୍ତି । ତେବେ ସୋନାଲି ଶୋର ମିଛ ବାହାନା କରି ଫୋନ ସ୍ୱିଚ୍ ଅଫ୍ କରିବା ପରେ ସନ୍ଦେହ ବଢିଥିଲା ।

ଏପରିକି ସୋନାଲିଙ୍କ ମା ଏସବୁ ଘଟଣା ସମ୍ପର୍କରେ ଜାଣିଥିଲେ । ସୋନାଲିଙ୍କ ମା’ଙ୍କୁ ସୌମ୍ୟ ବୁଝାଇବାକୁ ପ୍ରୟାସ କରିଥିଲେ । ତେବେ ସେ ଏ ଘଟଣା ସମ୍ପର୍କରେ ଆମକୁ ଜଣାଇ ନଥିଲେ । ଆମେ ଜାଣିଥିଲେ ହୁଏତ ଆଜି ସୌମ୍ୟ ଆମ ଭିତରେ ଥାନ୍ତେ ବୋଲି କହିଥିଲେ ସୌମ୍ୟଙ୍କ ମା’ । ସୋନାଲି ବର୍ତ୍ତମାନ ଯେଉଁ ପିଲା ସହିତ ସମ୍ପର୍କରେ ଅଛନ୍ତି ସେ ବହୁତ ଧନୀ ତେଣୁ ସୋନାଲିଙ୍କ ମା’ ଏହି ସମ୍ପର୍କକୁ ସ୍ୱୀକୃତି ଦେଇଥିଲେ ବୋଲି ସୌମ୍ୟଙ୍କ ମା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.