fbpx

‘ମହାଭାରତ’ର ଭୀମଙ୍କ ପରଲୋକ, ୭୪ ବର୍ଷରେ ପ୍ରବୀଣ କୁମାର ନେଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ: ଲୋକପ୍ରିୟ ଧାରାବାହିକ “ମହାଭାରତ”ରେ ଭୀମ ଭୂମିକା ନିର୍ବାହ କରିଥିବା ପ୍ରବୀଣ କୁମାର ସୋବତୀଙ୍କର ପରଲୋକ ହୋଇଯାଇଛି । ୭୪ ବର୍ଷ ବୟସରେ ହୃଦଘାତରେ ପ୍ରବୀଣ କୁମାରଙ୍କ ପରଲୋକ ହୋଇଯାଇଛି । ସେ ଅନେକ ଦିନ ଧରି ଅସୁସ୍ଥ ରହିଥିଲେ । ବି.ଆର୍.ଚୋପ୍ରାଙ୍କ ସିରିଏଲ୍ ମହାଭାରତରେ ଭୀମ ଚରିତ୍ରରେ ଅଭିନୟ କରିଥିଲେ ପ୍ରବୀଣ । ଏହି ସିରିଏଲ୍ ତାଙ୍କୁ ଅନେକ ଲୋକପ୍ରିୟତା ଦେଇଥିଲା ।

ଅଭିନୟ ବ୍ୟତୀତ କ୍ରୀଡା ଦୁନିଆରେ ବି ତାଙ୍କର ବେଶ୍ ଲୋକପ୍ରିୟତା ରହିଥିଲା । ସେ ଜଣେ ହାମର୍ ଓ ଡିସକସ୍ ଥ୍ରୋ ଆଥଲେଟ୍ ଥିଲେ । ଏସିଆନ୍ ଖେଳରେ ଦୁଇଟି ସ୍ୱର୍ଣ୍ଣ, ୧ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତିଛନ୍ତି । ଏହା ବ୍ୟତୀତ ଏସିଆନ୍ ଓ କମନୱେଲ୍ଥ ଗେମ୍ସରେ ମେଡାଲ୍ ହାସଲ କରି ଦେଶକୁ ଗର୍ବ ଆଣିଛନ୍ତି । ତାଙ୍କୁ ଅର୍ଜୁନ୍ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । ତେବେ ତାଙ୍କୁ ବିଏସଏଫ୍ ରେ ଚାକିରୀ ମିଳିଥିଲା କିନ୍ତୁ ସେ ଅଭିନୟ ଦୁନିଆକୁ ବାଛିଥିଲେ ।

Get real time updates directly on you device, subscribe now.