fbpx

ଧୋକା! ଅନଲାଇନରେ ଅର୍ଡର୍ କରିଥିଲେ ଦେଢ଼ଲକ୍ଷର ଆଇଫୋନ୍ ୧୩ ପ୍ରୋ ମାକ୍ସ, ପାର୍ସଲ୍ ଖୋଲିବା ପରେ ଉଡ଼ିଗଲା ହୋସ୍

ନୂଆଦିଲ୍ଲୀ: ଆଇଫୋନ୍ ୧୩ର କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆପଲ୍ ର ଏହି ସିରିଜ୍ ଲଞ୍ଚ୍ ହେବା ପରଠାରୁ ଅଧିକରୁ ଅଧିକ ଲୋକ ଏହାକୁ କିଣୁଛନ୍ତି । ହେଲେ ଭାରତ ସମେତ ଅନେକ ଦେଶରେ ଡେଲିଭେରୀରେ ଗଡବଡ଼ ଦେଖିବାକୁ ମିଳିଛି । ଲୋକ ମାନେ ଅର୍ଡର୍ କରୁଛନ୍ତି ହେଲେ ଡେଲିଭେରୀ ହେଉଛି ହେବା ବେଳକୁ ଆଉ କିଛି ଚାଲିଆସୁଛି । ନିକଟରେ ଭାରତରେ ଜଣେ ବ୍ୟକ୍ତି ଆଇଫୋନ୍ ୧୨ ଅର୍ଡର୍ କରିଥିଲେ ହେଲେ ସାବୁନ୍ ଡେଲିଭର୍ ହୋଇଥିଲା ।

ଏବେ ପୁଣି ଏକ ମାମଲା ୟୁକେରୁ ସାମନାକୁ ଆସିଛି । ଏଠାରେ ଜଣେ ମହିଳା ଦେଢ଼ ଲକ୍ଷ ଟଙ୍କାର ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ ଅନଲାଇନ୍ ରେ ଅର୍ଡର୍ କରିଥିଲେ । ହେଲେ ଡେଲିଭେରି ହେବା ବେଳକୁ ଯେତେବେଳେ ବକ୍ସ ଖୋଲିଥିଲେ । ସେତେବେଳେ ଦେଖିବାକୁ ପାଇଥିଲେ ଯେ, ବକ୍ସ ଭିତରେ ୧ ଡଲାର୍ ର ହ୍ୟାଣ୍ଡ୍ ସାନିଟାଇଜର୍ ଥିଲା । ଏହା ଦେଖି ସେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ।

ଖୌଲା ଲାଫଲୀ ନାମକ ଜଣେ ମହିଳା ୧.୫୧ ଲକ୍ଷ ଦେଇ ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ ଅର୍ଡର୍ କରିଥିଲେ । ସେ ଟ୍ରାନଜାକ୍ସନ୍ ପୂରା କରିସାରିଥିଲେ । ହେଲେ ଯେତେବେଳେ ସେ ପ୍ୟାକେଜ୍ ରିସିଭ୍ କରିଥିଲେ ସେ ଦେଖିବାକୁ ପାଇଥିଲେ ଯେ, ପ୍ୟାକେଜ୍ ଭିତରେ ଏକ ହ୍ୟାଣ୍ଡ ସାନିଟାଇଜର୍ ରହିଥିଲା । ଯାହର ମୁଲ୍ୟ ୧ଡଲାର୍ ।

Get real time updates directly on you device, subscribe now.