fbpx

ୟୁପି: ମମତା ବାନାର୍ଜୀଙ୍କ ବଡ଼ ଘୋଷଣା, ଉତ୍ତର ପ୍ରଦେଶରେ ୩୦୦ ରୁ ଅଧିକ ସିଟରେ ଜିତିବ ସପା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସବୁ ରାଜନୀତିକ ଦଳ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା ଜାରିରଖିଛନ୍ତି । ଏହି କ୍ରମରେ ଆଜି ସମାଜବାଦୀ ପାର୍ଟୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସମର୍ଥନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଚାର କରିଛନ୍ତି । ଏକ ଜନସଭାକୁ ସମ୍ବୋଧନ କରି ମମତା କହିଛନ୍ତି ଯେ ଅଖିଳେଶ ଯାଦବଙ୍କ ଦଳ ଉତ୍ତର ପ୍ରଦେଶରେ ୩୦୦ରୁ ଅଧିକ ସିଟରେ ଜିତିବ । ବିଜେପି ହିନ୍ଦୁସ୍ତାନ ପାଇଁ ବିପଦ, ସପା କାର୍ଯ୍ୟକର୍ତ୍ତାଙ୍କୁ ଫୁଟବଲ୍ ଦେଖାଇ ମମତା ବାନାର୍ଜୀ କହିଛନ୍ତି ଖେଲା ହୋବେ ।ଏହା ସହ ବିଜେପି ହଟାଓ ନାରା ଦେଇଛନ୍ତି ମମତା ।

ସଭାରେ ବିଜେପି ଉପରେ ବର୍ଷିଛନ୍ତି ମମତା । ସେ କହିଛନ୍ତି ଉତ୍ତର ପ୍ରଦେଶରେ ଏନଆରସି ସମୟରେ ଏନକାଉଣ୍ଟର ନାଁରେ ଅନେକ ଲୋକଙ୍କୁ ହତ୍ୟା କରାଯାଇଛି । ବିଜେପି ଇତିହାସ ବଦଳାଇବା ଭଳି କାମ କରୁଛି । ବିଜେପି ଶହୀଦ ଜ୍ୟୋତିକୁ ନଷ୍ଟ କରିଛି । ବାବା ସାହେବ ଆମ୍ବେଦକର ଯିଏ ଆମର ସଂବିଧାନ ରଚନା କରିଥିଲେ ଏବେ ବିଜେପି ତାଙ୍କୁ ନେଇ ଖେଳ ଖେଳୁଛି । ସେ ଆହୁରି କହିଛନ୍ତି ଆମର କୃଷକ ଆନ୍ଦୋଳନ କରୁଥିଲେ ଏବଂ ବିଜେପି ମନ୍ତ୍ରୀଙ୍କ ପୁଅ କୃଷକଙ୍କୁ ଗାଡ଼ି ଚଢ଼ାଇ ମାରିଦେଲେ । ଏଥିପାଇଁ କ୍ଷମା ମାଗିଲେନି ।

ମମତା ବାନାର୍ଜୀ ପ୍ରଶ୍ନ କରିଛନ୍ତି ଯେତେବେଳେ ୟୁପିରେ କୋଭିଡରେ ଲୋକମାନେ ମରୁଥିଲେ ଯୋଗୀ ଆପଣ କେଉଁଠି ଥିଲେ? ସେହି ଲୋକଙ୍କ ପରିବାରକୁ କ୍ଷମା ମାଗିବାକୁ କହିଛନ୍ତି । ଆପଣ ଜନତାଙ୍କୁ କ୍ଷମା ମାଗନ୍ତୁ । ମୋଦି କହୁଛନ୍ତି ଆମେ ଉତ୍ତର ପ୍ରଦେଶକୁ ଏତେ ଟଙ୍କା ଦେଇଛୁ । ସେମାନେ କ’ଣ ନିଜ ପକେଟରୁ ପଇସା ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମମତା । ଏହା ଜନତାଙ୍କୁ ଟଙ୍କା ବୋଲି କହିଛନ୍ତି ମମତା । ସେହିଭଳି ଅଖିଳେଶ ଯାଦବ କହିଛନ୍ତି ଯେ ମମତା ବାନାର୍ଜୀ ସତ୍ୟମେବ ଜୟତେର ଉଦାହରଣ ଦେଇଛନ୍ତି ।

Get real time updates directly on you device, subscribe now.