fbpx

(Video) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଅଟକାଇଲା ପୋଲିସ୍

ଢେଙ୍କାନାଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ନାରେ ମହିଳା କଲେ ଆତ୍ମହତ୍ୟା ଉଦ୍ୟମ । ନ୍ୟାୟ ଦାବି କରି ଡ୍ରେସ୍ ଚିରି କଲେ ପ୍ରତିବାଦ, ଆତ୍ମହତ୍ୟା କରିବାକୁ କଲେ ଉଦ୍ୟମ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ।

ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ କୋଇଲିପଙ୍ଗି ଗ୍ରାମରେ ଜଣେ ଅସହାୟ ମହିଳା ରଶ୍ମୀତା ରାଉତ ଦୁଇ ପିଲାଙ୍କ ସହିତ ରହୁଥିଲେ। ତାଙ୍କୁ ପଡୋଶୀ ମାନେ ହଇରାଣ କରିବା ସହିତ ଅସାଦାଚରଣ କରୁଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ସ୍ଥାନୀୟ ଭାପୁର ଫାଣ୍ଡି, ସଦର ପୋଲିସ, ଢେଙ୍କାନାଳ ଏସପି ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ। କିନ୍ତୁ ସବୁଠାରୁ ନିରାଶ ହେବା ପରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି ।

 

Get real time updates directly on you device, subscribe now.