ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ଗତ କିଛିଦିନ ତଳେ ସଂକ୍ରମଣ ୧୫ରୁ ୨୦ଟି ଜିଲ୍ଲା ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହା ରାଜ୍ୟବ୍ୟାପୀ ମାଡ଼ିଗଲାଣି ।
ଆଜି ୧୪୮୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୮୬୨ ଓ ସ୍ଥାନୀୟ ଅଞ୍ଚଳରୁ ୬୧୮ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୩୩୪ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୩ ହଜାର ୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୪୮ ହଜାର ୧୫୨ ରହିଥିବା ବେଳେ ୧୫ ହଜାର ୯୮୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
7. Cuttack: 133
8. Deogarh: 27
9. Dhenkanal: 13
10. Gajapati: 43
11. Ganjam: 27
12. Jagatsinghpur: 43
13. Jajpur: 73
14. Jharsuguda: 39
15. Kalahandi: 41
16. Kandhamal: 12
17. Kendrapada: 49
18. Keonjhar: 34
19. Khurda: 163
20. Koraput: 58
21. Malkangiri: 3
22. Mayurbhanj: 40— I & PR Department, Odisha (@IPR_Odisha) February 10, 2022
23. Nawarangpur: 35
24. Nayagarh: 59
25. Nuapada: 57
26. Puri: 37
27. Rayagada: 47
28. Sambalpur: 21
29. Sonepur: 27
30. Sundargarh: 139
31. State Pool: 36New recoveries: 3126
Cumulative tested: 28225602
Positive: 1273003
Recovered: 1248152
Active cases: 15980— I & PR Department, Odisha (@IPR_Odisha) February 10, 2022