fbpx

କରୋନା ଭାଇରସ୍ ପାଇଁ ନନ୍ଦନକାନନ ଓ ପ୍ଲାନେଟୋରିଅମ ବନ୍ଦ୍

ଭୁବନେଶ୍ୱର, ୧୪ା୩(ଓଡ଼ିଶା ଭାସ୍କର): କରୋନା ଭାଇରସକୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ ରହିବ । ମାର୍ଚ୍ଚ ୩୧ତାରିଖ ଯାଏଁ ନନ୍ଦନକାନନ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଏନେଇ ଉପ ନିର୍ଦ୍ଦେଶକ ଜୟନ୍ତ ଦାଶ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଆଜିଠୁ ମାର୍ଚ୍ଚ ୩୧ଯାଏଁ ରାଜ୍ୟର ସବୁ ପ୍ଲାନେଟୋରିଅମ ବନ୍ଦ ରହିବ ବୋଲି ମଧ୍ୟ ସୂଚନା ମିଳିଛି । ଭୁବନେଶ୍ୱର, ବୁର୍ଲା ଓ ଖଣ୍ଡପଡ଼ା ପ୍ଲାନେଟୋରିଅମର ସବୁ ସୋ ମଧ୍ୟ ବାତିଲ କରାଯାଇଛି । ପ୍ଲାନେଟୋରିଅମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଏନେଇ ସୂଚନା ଦେଇଛନ୍ତି ।
ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏଥି ପାଇଁ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ବର୍ତ୍ତମାନ ସୁଦ୍ଧା ୮୩ଜଣ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬୬ଜଣ ଭାରତୀୟ ଥିବା ବେଳେ ୧୭ଜଣ ବିଦେଶୀ ରହିଛନ୍ତି । ଏହାସହ ୮୩ଜଣ ରୋଗୀଙ୍କ ମଧ୍ୟରୁ ଦିଲ୍ଲୀ ଓ କର୍ଣ୍ଣାଟକରେ ଜଣେ ଲେଖାଏଁ ମୃତ ହୋଇଛନ୍ତି ।

Get real time updates directly on you device, subscribe now.