fbpx

ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍, ଜାଣନ୍ତୁ କାହିଁକି

ଯାଜପୁର(ଓଡ଼ିଶା ଭାସ୍କର): ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଯାଜପୁର ଜିଲ୍ଲାପାଳ । ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ପ୍ରଚାର ବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା ।

ତେବେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ସବୁ ବନ୍ଦ ବୋଲି ଆଜି ଭୋଟରଙ୍କୁ ରୋକଠୋକ୍ କହିଥିଲେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ପ୍ରମିଳା ଏକ ଦଳୀୟ ପ୍ରଚାର କରୁଥିବା ସମୟରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରମିଳାଙ୍କ ଏଭଳି ବକ୍ତବ୍ୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବୁଦ୍ଧିଜୀବୀ । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଆଦର୍ଶ ଆଚରଣ ବିଧିର ଏହା ଖୋଲାଖୋଲି ଉଲ୍ଲଂଘନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ନିର୍ବାଚନ ପ୍ରଚାରବେଳେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଷଣକୁ ନେଇ ଚର୍ଚ୍ଚା ପରେ ପ୍ରତିକ୍ରିୟା ରଖିଛନ୍ତି । ସେ କୌଣସି ଆଇନ ଉଲଂଘନ କରିନଥିବା କହିଛନ୍ତି । ଏବଂ ପୁଣି ଥରେ ପୂର୍ବ କଥାକୁ ଦୋହରାଇଛନ୍ତି । ତାଙ୍କ ସଫେଇରେ କହିଛନ୍ତି ଯେ, ‘ଯିଏ ପ୍ରାର୍ଥୀଙ୍କୁ ଭୋଟ ନଦେବେ ଓ ଅନ୍ୟକୁ ଭୋଟ ଦେଇ, ପରେ ସମସ୍ୟା ନେଇ ତାଙ୍କ ପାଖକୁ ଆସିବେ ତାହେଲେ ସେ କାହିଁକି ଶୁଣିବେ । ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା କହିବାରେ କୌଣସି ଭୁଲ ନାହିଁ ।’

Get real time updates directly on you device, subscribe now.