fbpx

ଇଲେକ୍ଟ୍ରିକ୍‌ ଭେଇକିଲ୍‌ ବଜାରକୁ ଏଣ୍ଟ୍ରି କରିବ ମାରୁତି-ଟୟୋଟାର ପ୍ରଥମ ଇଭି ଏସ୍‌ୟୁଭି, ସିଙ୍ଗଲ୍ ଚାର୍ଜରେ ଦୌଡିବ ୫୦୦ କିମି

ନୂଆଦିଲ୍ଲୀ: ଦେଶର ବୃହତ୍ତମ ଚାରି ଚକିଆ ଯାନ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଇଲେକ୍ଟ୍ରିକ୍‌ ଭେଇକିଲ୍‌ (ଇଭି) ସେଗମେଣ୍ଟରେ ପ୍ରବେଶ କରିବାକୁ ଯାଉଛି । ମାରୁତି ଏବଂ ଟୟୋଟା ମିଳିତ ଭାବରେ ଏକ ଗ୍ଲୋବାଲ୍‌ ମିଡାଇଜ୍‌ ଇଲେକ୍ଟ୍ରିକ୍‌ ଏସୟୁଭି ଲଞ୍ଚ କରିବାକୁ ଯାଉଛନ୍ତି । କମ୍ପାନୀ ଏହାର ନାମ ୱାଇୱାଇ ୮ କୋଡେନ୍‌ ରଖିଛି । ଏକ ରିପୋର୍ଟରେ କୁହାଯାଇଛି ଏହା ଏକ ପ୍ରମୁଖ ଇଲେକ୍ଟ୍ରି କାର ହେବ । ଯାହା ଭାରତୀୟ ବଜାରରେ ପୂର୍ବରୁ ଉପସ୍ଥିତ ଥିବା ଇଭି ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ ।

ମାରୁତି- ଟୟୋଟା ଠାରୁ ଏହି ଇଲେକ୍ଟ୍ରିକ୍‌ ଏସୟୁଭି ଟାଟା ନକ୍ସନ୍‌ ଇଭି ଅପେକ୍ଷା ବ୍ୟାପକ ହେବ । ଏଥିରେ ୪୮କେଡବ୍ଲ୍ୟୁଏଚ୍‌ କିମ୍ବା ୫୯କେଡବ୍ଲ୍ୟୁଏଚ ବ୍ୟାଟେରୀ ପ୍ୟାକ୍‌ ରହିବ । ଏହାର ଡ୍ରାଇଭିଂ ମାଇଲେଜ୍‌ ୪୦୦ ରୁ ୫୦୦ କିଲୋମିଟର ହେବ । ଭାରତୀୟ ବଜାରରେ ଏହା ଟାଟା ନକ୍ସନ୍‌ ଇଭି ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବ । ମାରୁତି- ଟୟୋଟା ଇଲେକ୍ଟ୍ରିକ୍‌ ମିଡାଇଜ୍‌ ଏସୟୁଭିର ପରିମାଣ ମାରୁତି- ଟୟୋଟା ୱାଇୱାଇ ୮ ର ଲମ୍ବ ୪.୨ ମିଟରରୁ ଅଧିକ ହେବ । ଯାହା ଟାଟା ନକ୍ସନ୍‌ ଇଭି ଠାରୁ ମଧ୍ୟ ଅଧିକ ହେବ ।

Get real time updates directly on you device, subscribe now.