fbpx

ଉଡି ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ପ୍ରଧାନମନ୍ତ୍ରୀଙ୍କୁ ଦୋଷ ଦେଇ ଏମିତି କହିଲେ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରକୁ ଶାଣିତ ଆକ୍ରମଣ କରିଛନ୍ତି । ମୋଦୀଙ୍କ ପାଇଁ ମୋ ହେଲିକପ୍ଟର ଉଡାଣ ଭରି ପାରି ନଥିଲା । ରାଜନୈତିକ ଅଭିସନ୍ଧି ରଖି ମୋଦୀ ଏମିତି କାମ କରୁଥିବାରୁ ମୋ ହେଲିକପ୍ଟର ଉଡାଣ ଭରି ପାରିନଥିଲା ବୋଲି କହିଛନ୍ତି ଚନ୍ନି । ରାହୁଲ ଗାନ୍ଧୀଙ୍କ ସଭାରେ ଯୋଗ ଦେବା ପାଇଁ ଚନ୍ନି ପ୍ରସ୍ତୁତ ହେଉଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅଚାନକ ଯୋଜନା ହୋଇଥିଲା । ଯାହା ଫଳରେ ଉକ୍ତ ଅଞ୍ଚଳରେ ସମସ୍ତ ପ୍ରକାର ଉଡାଣକୁ ବାତିଲ କରାଯାଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାରଣରୁ ହୋଶିଆରପୁରକୁ ନୋ ଫ୍ଲାଇଂ ଜୋନ ଭାବରେ ଘୋଷଣା କରାଯାଇଥିଲା । ମୋଦୀଙ୍କ ଗସ୍ତ ସମ୍ପର୍କରେ ଆଗୁଆ କୌଣସି ସୂଚନା ମଧ୍ୟ ମିଳିନଥିବା କହିଛନ୍ତି ଚନ୍ନି । ଖବର ସରବରାହ ସଂସ୍ଥା ଏଏନଆଇରୁ ସେ ଏହି ସୂଚନା ପାଇଥିଲେ । ଯଦି ପ୍ରଧାନମନ୍ତ୍ରୀ ଉଡାଣ ଭରୁଛନ୍ତି ତାହେଲେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଉଡାଣ ପାଇଁ ଅନୁମତି ମିଳିବା ଆବଶ୍ୟକ ।

Get real time updates directly on you device, subscribe now.