fbpx

Surgical Strikeର ପ୍ରମାଣ ମାଗିଲେ କେସିଆର: ଭିଡିଓ ଶେୟାର କରି ଜବାବ ଦେଲେ ଆସାମ ମୁଖ୍ୟମନ୍ତ୍ରୀ,ଦେଖନ୍ତୁ Video

ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକକୁ ନେଇ ସର୍ବଦା ବିବାଦ ଲାଗି ରହିଛି । ବିପକ୍ଷ ରାଜନୈତିକ ଦଳ ପକ୍ଷରୁ ସର୍ବଦା ଏହାର ପ୍ରମାଣ ମଗା ଯାଇଥାଏ । ପୂର୍ବରୁ ରାହୁଲ ଗାନ୍ଧୀ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଥିବା ବେଳେ ବର୍ତ୍ତମାନ ସମାନ ଜିନିଷ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । କେସିଆରଙ୍କ ଏହି ଆକ୍ଷେପର ଜବାବ ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । କେସିଆରଙ୍କ ଆକ୍ରମଣର ଜବାବ ଦେବାକୁ ଯାଇ ସର୍ଜିକାଲ ଷ୍ଟ୍ରାଇକର ଭିଡିଓଗ୍ରାଫି ପ୍ରମାଣ ଶେୟାର କରିଛନ୍ତି ଶର୍ମା ।

ସୋସିଆଲ ମିଡିଆ ସାଇଟ୍ କୁରେ ଶର୍ମା ଏକ ଭିଡିଓ ଶେୟାର କରିଥିଲେ । ଏହା ସହିତ ଲେଖିଥିଲେ କେସିଆର ମହୋଦୟ ଦେଖନ୍ତୁ ଆମର ବୀର ଯବାନ ମାନେ କେଉଁଭଳି ଭାବରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ । ଭିଡିଓଗ୍ରାଫି ପ୍ରମାଣ ଦେଖି ନିଅନ୍ତୁ । ଦ୍ୱିତୀୟ ବାର ଆମର ବୀର ଯବାନଙ୍କ ଉପରେ ଭୁଲ ମତାମତ ଦେବା ପୂର୍ବରୁ ବା ବଦନାମ କରିବା ପୂର୍ବରୁ ଦୁଇ ଥର ଚିନ୍ତା କରି ନିଅନ୍ତୁ । ଏହା ନୂତନ ଭାରତ ଯାହା ସେନାର ଅପମାନକୁ ବରଦାସ୍ତ କରିବ ନାହିଁ ।

Get real time updates directly on you device, subscribe now.