fbpx

ପ୍ରଧାନମନ୍ତ୍ରୀ ପଦ ଯିବ, ପତ୍ନୀମାନେ ଦୂରେଇ ଗଲେ, ପେଟ୍ରୋଲ ୧୫୦, ଗ୍ୟାସ୍ ସିଲିଣ୍ଡର ୯୮୦୦ ଟଙ୍କା: ଏଭଳି ସ୍ଥିତିରେ ବିଚରା ଇମ୍ରାନ କରିବେ କ’ଣ?

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ସମୟରେ କଠୋର ସମସ୍ୟା ଦେଇ ଗତି କରୁଛନ୍ତି । ଗୋଟିଏ ପଟେ ତାଙ୍କର ପତ୍ନୀମାନେ ତାଙ୍କୁ ଛାଡ଼ି ଚାଲି ଯାଉଥିବା ବେଳେ ଅନ୍ୟପଟେ ଦେଶର ସର୍ବୋଚ୍ଚ ପଦବୀ ମଧ୍ୟ ତାଙ୍କ ହାତରୁ ଚାଲିଯିବାକୁ ବସିଛି । ଜଣାପଡ଼ିଛି ଯେ, ଇମ୍ରାନଙ୍କ ସହ ଝଗଡ଼ା ପରେ ତାଙ୍କର ତୃତୀୟ ପତ୍ନୀ ବୁସ୍ରା ବିବି ମାନେକା ତାଙ୍କୁ ଛାଡ଼ି ଲାହୋର ପଳାଇ ଯାଇଛନ୍ତି । ବୁସ୍ରା ଇମ୍ରାନଙ୍କଠାରୁ ବୟସରେ ୨୫ ବର୍ଷ ସାନ ହୋଇଥିବା ବେଳେ ଦୁହେଁ ୨୦୧୮ରେ ବିବାହ କରିଥିଲେ । ସେହିପରି ୧୯୯୫ରେ ଇମ୍ରାନ ବ୍ରିଟିଶ ସୁନ୍ଦରୀ ଜେମିମା ଗୋଲ୍ଡସ୍ମିଥଙ୍କୁ ବିବାହ କରିଥିଲେ । ମାତ୍ର ୨୦୨୪ରେ ଦୁହିଁଙ୍କ ବିଚ୍ଛେଦ ଘଟିଥିଲା । ତା’ପରେ ଇମ୍ରାନ ସାମ୍ବାଦିକ ରେହମ୍ ଖାଁନଙ୍କୁ ବିବାହ କରିଥିଲେ ହେଁ ମାତ୍ର ୮ ମାସ ପରେ ସେମାନଙ୍କର ଡିଭୋର୍ସ ହୋଇଯାଇଥିଲା ।

ତେବେ ବ୍ୟକ୍ତିଗତ ଜୀବନକୁ ନେଇ ସଙ୍କଟରେ ଥିବା ଇମ୍ରାନଙ୍କୁ ପଦଚ୍ୟୁତ କରିବା ପାଇଁ ବିରୋଧୀ ଦଳ ଆଗକୁ ଆସିଛି । ୪ ଦିନ ପୂର୍ବେ ସଂସଦରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ପାକିସ୍ତାନ ପିପୁଲ୍ସ ପାର୍ଟି, ପିଏମଏଲ-ଏନ, ପିଏମଏଲକ୍ୟୁ ସମସ୍ତେ ଅନ୍ୟ ବିରୋଧୀ ଦଳ ଏଥିନେଇ ସହମତି ପ୍ରକାଶ କରିଥିଲେ । ଗତବର୍ଷ ମଧ୍ୟ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା, ମାତ୍ର ତାହା ଅଳ୍ପକେ କାଟ୍ ଖାଇ ଯାଇଥିଲା । ତେବେ ଏଥର ବୋଧହୁଏ ଇମ୍ରାନଙ୍କୁ ଆଉ ନିସ୍ତାର ମିଳିବ ନାହିଁ ।

ଇମ୍ରାନ ବିଭିନ୍ନ ସମସରେ ଦେଶ ବିଦେଶରେ ନିଜର ପିଲାଳିଆମି ଆଚରଣ ପାଇଁ ଲଜ୍ଜିତ ହୋଇଛନ୍ତି । ଦେଶର ସେନା ମଧ୍ୟ ଇମ୍ରାନଙ୍କ ନେତୃତ୍ୱ ଉପରୁ ଭରସା ତୁଟାଇ ଦେଇଛି । ତେଣୁ ତାଙ୍କୁ ହଟାଇବାକୁ ଏହା ହିଁ ପ୍ରକୃଷ୍ଟ ସମୟ ବୋଲି ବିରୋଧୀଦଳମାନେ ବିଚାର କରୁଛନ୍ତି । ସେହିପରି ତାଙ୍କ ସମୟରେ ପାକିସ୍ତାନର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ପରିସ୍ଥିତି ଏପରି ଯେ ପାକସ୍ତାନରେ ବର୍ତ୍ତମାନ ପଟ୍ରୋଲ ଲିଟର ୧୫୦ ଟଙ୍କା, ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୯୮୪୭ ଟଙ୍କାରେ ପହଞ୍ଚିଛି । ଘରେ ଖାଇବାକୁ ନାହିଁ, ପଡ଼ୋଶୀ ଘରର ତରକାରୀ ଅଲଣା ହେଲେ ଭାରି ବାଧୁଛି ପାକିସ୍ତାନକୁ । ନିଜର ବିକାଶ କଥା ଛାଡ଼ି ଯିଏ ଅନ୍ୟ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିବ, ସେ ରାଷ୍ଟ୍ର ନିଜ ଗୋଡ଼କୁ ହିଁ ଆଘାତ ଦେଇଥାଏ, ଏକଥା ମୁର୍ଖ ପାକିସ୍ତାନ ବୁଝିବା ଦରକାର । ତେବେ ଏଭଳି ସଙ୍କଟମୟ ସ୍ଥିତିରେ ଇମ୍ରାନଙ୍କ ପାଇଁ ଥାଳି ଧରି ବୁଲିବା ଛଡ଼ା ଆଉ ବାଟ ନାହିଁ ।

Get real time updates directly on you device, subscribe now.