fbpx

ବିଚ୍ ରାସ୍ତାରେ ଭିଣୋଇକୁ ଚପଲରେ ନିର୍ଧୁମ୍ ମାଡ଼, ସାମ୍ନାକୁ ଆସିଲା ଭିଡ଼ିଓ

ଦମୋହ: ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ଜଣେ ଶାଳୀ ନିଜ ଭିଣୋଇକୁ ବିଚ୍ ରାସ୍ତାରେ ନିର୍ଧୁମ ପିଟିଛନ୍ତି । ଭିଣୋଇକୁ ନିଜ ଭଉଣୀର ହତ୍ୟାକାରୀ ଭାବି ଚପଲରେ ପିଟିଛନ୍ତି ଶାଳୀ । ମିଳିଥିବା ସୂଚନା ଅନୁସାରେ, ତାଙ୍କ ଭଉଣୀ ବିଷ ପିଇଥିଲେ । ଫଳରେ ତାଙ୍କୁ ଦମୋହ ମେଡିକାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଶାଶୁଘର ଲୋକେ ବୋହୂକୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଏହି ଆତ୍ମହତ୍ୟା ମାମଲାରେ ପୋଲିସ ଏକ ଏଫଆଇଆର ରୁଜୁ କରି ଛାନଭିନ୍ ଆରମ୍ଭ କରିଛି । ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ହୋଇଥିଲା ।

ଜଣେ ମହିଳା ବିଷ ପିଇ ମୃତ୍ୟୁ ବରଣ କରିଥିବା ଖବର ଜିଲ୍ଲା ଡାକ୍ତରଖାନାରୁ ଦମୋହ ଜିଲ୍ଲାର କୋଟୱାଲୀ ପୋଲିସକୁ ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ମୃତକଙ୍କ ନାମ ହେମବତୀ ପଟେଲ ବୋଲି ଜଣାପଡିଛି । ପୋଲିସର ତଦନ୍ତ ଚାଲିଥିବା ବେଳେ ମୃତକଙ୍କୁ ଭଉଣୀ ପ୍ରିୟଙ୍କା ରାଗରେ ଆସି ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ । ନିଜ ଭଉଣୀର ମୃତ୍ୟୁ ପାଇଁ ଭିଣୋଇ ଦାୟୀ ଭାବିଥିଲେ ପ୍ରିୟଙ୍କା ଓ ବିଚ୍ ରାସ୍ତାରେ ଚପଲ କାଢ଼ି ପିଟିବାରେ ଲାଗିଲେ । ଏହାରି ମଧ୍ୟରେ ପୋଲିସ ଓ ସେଠାରେ ଉପସ୍ଥିତ ଥିବା ଲୋକମାନେ ହସ୍ତକ୍ଷେପ କରି ପ୍ରିୟଙ୍କାଙ୍କୁ ଶାନ୍ତ କରାଇଥିଲେ ।

ମୃତକଙ୍କ ଭଉଣୀ ପ୍ରିୟଙ୍କା ପୋଲିସକୁ କହିଛନ୍ତି ଯେ, ହେମବତୀଙ୍କ ବାହାଘର ୩ ବର୍ଷ ପୂର୍ବେ ଲକଡାଉନରେ ଫୁଟେରାର ବାସିନ୍ଦା ଗୋବିନ୍ଦ ପଟେଲଙ୍କ ସହ ହୋଇଥିଲା । ଶୁକ୍ରବାର ରାତିରେ ସେ ଜାଣିବାକୁ ପାଇଥିଲେ କି ହେମବତୀ ବିଷ ପିଇଛନ୍ତି । ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରିୟଙ୍କାଙ୍କ ଅନୁଯାୟୀ, ସେ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କ ଭଉଣୀ ହେମବତୀଙ୍କ ମୃତ୍ୟୁ ଘଟିଥିଲା । ଗୋବିନ୍ଦଙ୍କ ଯୌତୁକ ନିର୍ଯାତନା ହେତୁ ହେମବତୀଙ୍କ ମୃତ୍ୟୁ ହୋଇଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.