fbpx

ଟୁଇଟର୍ ରେ ଟ୍ରେଣ୍ଡ୍ କରୁଛି Boycott Chennai Super Kings, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଚେନ୍ନାଇ ସୁପର୍ କିଙ୍ଗସ୍ ଅର୍ଥାତ୍ ସିଏସକେଙ୍କୁ ସବୁଠାରୁ ଅଧିକ ଭଲ ପାଇବା ମିଳିଥାଏ । ଏହା କାରଣ ହେଲା ଏହି ଫ୍ରାଞ୍ଚାଇଜ୍ କ୍ରିକେଟ୍ କୁ ଖୁବ୍ ପସନ୍ଦ କରେ ଓ ଦ୍ୱିତୀୟରେ ଏହି ଟିମର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ହେଲେ ଆଇପିଏଲ୍ ଅକ୍ସନ୍ ୨୦୨୨ ଦେଖିବା ପରେ ଫ୍ୟାନ୍ସଙ୍କର କିଛି ଅଲଗା ହିଁ ରିଆକ୍ସନ୍ ଦେଖିବାକୁ ମିଳିଛି । ସିଏସକେ ଏହା କେବେ ବି ଆଶା କରିନଥିଲା । ଅସଲରେ ଟୁଇଟର୍ ରେ ବର୍ତ୍ତମାନ ବଏକଟ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଟ୍ରେଣ୍ଡ୍ କରୁଛି । ଏହାର କଣ ହୋଇପାରେ କାରଣ, ଚାଲନ୍ତୁ ଜାଣିବା ଏହି ଖବର ମାଧ୍ୟମରେ ।

ଫେବୃଆରୀ ୧୩ ତାରିଖ ରବିବାର ଦିନ ଆଇପିଏଲ୍ ୨୦୨୨ର ମେଗା ଅକ୍ସନ୍ ସମାପ୍ତ ହୋଇଥିଲା ଓ ଏହାର ଦିନକ ପରେ ସୋମବାର ଦିନ ସୋସିଆଲ୍ ମିଡିଆରେ ହ୍ୟାସଟ୍ୟାଗ୍ ବଏକଟ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଟ୍ରେଣ୍ଡ୍ କରିବାକୁ ଲାଗିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ, ଏପରି କାହିଁକି ହେଲା । ୪ ଥର ଆଇପିଏଲ୍ ଚାମ୍ପିୟନ୍ ଙ୍କୁ ହଠାତ୍ କାହିଁକି ଫ୍ୟାନ୍ସଙ୍କର ଏପରି ରିଆକ୍ସନ୍ ମିଳିବାରେ ଲାଗିଛି । ଏହା ଜାଣିବା ପାଇଁ ଏବେ ସମସ୍ତେ ଚାହୁଁଛନ୍ତି । ତେବେ ଏହି ହ୍ୟାସଟ୍ୟାଗ୍ ଟେଣ୍ଡ୍ କରିବାର କାରଣ ହେଲା ଚେନ୍ନାଇ ଫ୍ରାଞ୍ଚାଇଜ୍ ଶ୍ରୀଲଙ୍କାଇ ସ୍ପିନର୍ ମହୀଶ ଥୀକ୍ଷାନାଙ୍କୁ କିଣିଛି ।

ତେବେ ମହୀଶ ଥୀକ୍ଷାନା ହେଉଛି ସିଂହଲା ସମ୍ପ୍ରଦାୟର ଓ ତାମିଲ ଲୋକଙ୍କ ସହିତ ଏହି ସମ୍ପ୍ରଦାୟର ସର୍ବଦା ବିବାଦ ଲାଗିରହିଥାଏ । ସିଂହଲୀ ସୈନିକଙ୍କ ଉପରେ ୨୦୦୯ରେ ଏଲଟିଟିଇ ବିରୋଧରେ ସେନା କାର୍ଯ୍ୟନୁଷ୍ଠାନ ସମୟରେ ଶ୍ରୀଲଙ୍କାରେ ତାମିଲଙ୍କ ବିରୋଧରେ ଯୁଦ୍ଧ ଅପରାଧର ଅଭିଯୋଗ ରହିଛି । ଏହି କାରଣରୁ ଅନେକ ୟୁଜର୍ସ ଟୁଇଟର୍ ରେ ନିଜର ରାଗ କାଢ଼ୁଛନ୍ତି ଏବଂ ଚେନ୍ନାଇ ଫ୍ରାଞ୍ଚାଇଜ୍ କୁ ବଏକଟ୍ କରିବା ପାଇଁ ଚାହୁଁଛନ୍ତି । ମହୀଶ ଥୀକ୍ଷାନାଙ୍କୁ ସିଏସକେ ୭୦ ଲକ୍ଷ ଟଙ୍କାରେ କିଣିଛି । ୫୦ ଲକ୍ଷର ବେସ୍ ପ୍ରାଇସ୍ ର ଏହି ପ୍ଲେୟର୍ ଙ୍କୁ ସିଏସକେ ପ୍ରଥମେ କିଣିଥିଲା ।

Get real time updates directly on you device, subscribe now.