fbpx

ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ୍ ଛାଡ଼ିବାକୁ ପରାମର୍ଶ, ଦୂତାବାସ ଜାରି କଲା ଗାଇଡଲାଇନ୍

ନୂଆଦିଲ୍ଲୀ: ୟୁକ୍ରେନ୍ ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ନୂତନ ଗାଇଡଲାଇନ୍ ଜାରି କରାଯାଇଛି । ୟୁକ୍ରେନ୍ ରେ ରହୁଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ଦେଶ ଛାଡ଼ି ବାକୁ କହିଛନ୍ତି । ମଙ୍ଗଳବାର ଦିନ ଦୂତାବାସ ଏ ସମ୍ବନ୍ଧରେ ଗାଇଡଲାଇନ୍ ଜାରି କରିଛନ୍ତି । କେବଳ ଭାରତ ନୁହେଁ ବରଂ ଏହା ଆଗରୁ ଆମେରିକା ଓ ଅନ୍ୟାନ ଦେଶର ନାଗରିକଙ୍କୁ ୟୁକ୍ରେନ୍ ଛାଡ଼ିବାକୁ କୁହାଯାଇଥିଲା ।

ଗାଇଡଲାଇନ୍ ରେ କୁହାଯାଇଛି ଯେ, ୟୁକ୍ରେନ୍ ରେ ବର୍ତ୍ତମାନର ସ୍ଥିତି ଓ ଅନିଶ୍ଚିତତା କୁ ଆଖି ଆଗରେ ରଖି ୟୁକ୍ରେନ୍ ରେ ରହୁଥିବା ଭାରତୀୟ ନାଗରିକ, ଖାସ୍ କରି ଛାତ୍ରଛାତ୍ରୀ; ଯେଉଁ ମାନେ ଅସ୍ଥାୟୀ ଭାବେ ରହୁଛନ୍ତି । ସେମାନେ ଦେଶ ଛାଡ଼ିବା ଉପରେ ବିଚାର କରିପାରିବେ । ଏହା ବ୍ୟତୀତ ଭାରତୀୟ ନାଗରିକଙ୍କୁ ୟୁକ୍ରେନ୍ ଭିତରକୁ ଜରୁରୀ ନଥିଲେ ଯାତ୍ରା ନ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ଆମେରିକା ନିଜର ୪ ବି-୫୨ ବାମ୍ବର୍ ଯୁଦ୍ଧ ବିମାନ ବ୍ରିଟେନ୍ ରେ ମୁତୟନ କରିଛି । ଏହି ବିମାନ ଗୁଡ଼ିକ ପରମାଣୁ ବୋମା ସହିତ ଭୁମଧ୍ୟ ସାଗରରେ ୟୁକ୍ରେନ୍ ସୀମା ଆଖପାଖରେ ଉଡାଣ ଭରିଛି । ଏକ ରିପୋର୍ଟ ମୁତାବକ, ଏହି ବୋମାବର୍ଷକ ନାର୍ଥ ଡାକୋଟାରୁ ବ୍ରିଟେନ୍ ପହଞ୍ଚିଛନ୍ତି ଓ ଆଗାମୀ ୩ ସପ୍ତାହ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ରହିବେ । ଅନ୍ୟପଟେ ଋଷ ପଟରୁ ୟୁକ୍ରେନ୍ ସୀମାରେ ୧.୩୦ ଲକ୍ଷ ସେନା ମୁତୟନ କରାଯାଇଛି । ଏଥିମଧ୍ୟରେ ୧.୧୨ ଲକ୍ଷ ଯବାନ ରହିଥିବା ବେଳେ ୧୮ ହଜାର ନୌସେନା ଓ ବାୟୁସେନାର ଯବାନ ରହିଛନ୍ତି ।

 

Get real time updates directly on you device, subscribe now.