fbpx

ଦଳରୁ ବାହାରିବେ କୋହଲି: ଉତ୍ତର ରଖିଲେ ନିଜେ ଅଧିନାୟକ, ରାଗିଯାଇ ଏମିତି ରିଆକ୍ସନ ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଏବେ ବିରାଟ ଖୁବ ଖରାପ ଫର୍ମ ଦେଇ ଗତି କରୁଛନ୍ତି । କ୍ରିକେଟର ୩ଟି ଯାକ ଫର୍ମାଟରେ କୋହଲିଙ୍କର ଖରାପ ପ୍ରଦର୍ଶନ ଜାରି ରହିଛି । ଯାହାକୁ ନେଇ କୋହଲିଙ୍କୁ ଦଳରୁ ବାହାର କରିଦେବା ପାଇଁ ମଧ୍ୟ କଥା ଉଠିଛି । ତେବେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଅଧିନାୟକ ରୋହିତ ଶର୍ମା ।

Captain Rohit Sharma PC Live Updates

ୱେଷ୍ଟ ଇଣ୍ଡିଜ ବିପକ୍ଷ ୩ଟି ଦିନିକିଆରେ ମାତ୍ର ୨୬ ରନ ହିଁ ସଂଗ୍ରହ କରି ପାରିଛନ୍ତି । ପ୍ରଥମ ମ୍ୟାଚରେ ୮, ଦ୍ୱିତୀୟ ମ୍ୟାଚରେ ୧୮ ଏବଂ ତୃତୀୟ ମ୍ୟାଚରେ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ ବିରାଟ । କିନ୍ତୁ ତାଙ୍କୁ ନେଇ ଏସବୁ ଆଲୋଚନା ବନ୍ଦ ହୋଇଗଲେ ସବୁ କିଛି ଆପେ ଆପେ ଠିକ ହୋଇଯିବ ବୋଲି କହିଛନ୍ତି ରୋହିତ । କୋହଲିଙ୍କ ଫର୍ମକୁ ନେଇ ରେ।।ହିତ କହିଛନ୍ତି ଯେ, ଏସବୁ ପରିକଳ୍ପନାର ଆରମ୍ଭ ଆପଣଙ୍କଠାରୁ ହିଁ ହୋଇଛି, ତେବେ ଯଦି ଆପଣମାନେ କିଛି ଦିନ ଚୁପ ରହିଯାଆନ୍ତି ତାହେଲେ ସବୁ କିଛି ଠିକ ହୋଇଯିବ ବୋଲି କହିଛନ୍ତି ରୋହିତ ଶର୍ମା ।

I'm not able to understand it': Ex-India opener stunned at Virat Kohli's lean patch; 'It's just not happening' | Cricket - Hindustan Times
ଏହା ସହିତ କୋହଲି କୌଣସି ଚାପରେ ନାହାନ୍ତି ଏବଂ ସେ କୁବ ଶୀଘ୍ର ଏକ ବଡ ପାଳି ଖେଳିବେ ବୋଲି ଭରଷା ରଖିଛନ୍ତି ରୋହିତ । ଦୀର୍ଘ ଦିନରୁ ସେ ଲଗାତାର ଭାବେ ଦଳରେ ରହି ଆସିଛନ୍ତି । ତେଣୁ ଏଭଳି ପରିସ୍ଥିତିକୁ କିପରି ସାମନା କରାଯାଏ, ତାହା ତାଙ୍କୁ ବେଶ ଭଲ ଭାବେ ଜଣା । ତେଣୁ ସବୁ କିଛି ଆପଣମାନଙ୍କଠାରୁ ଆରମ୍ଭ ହୋଇଛି ଏବଂ ଆପଣ ଚୁପ ହୋଇଗଲେ ସବୁକିଛି ସମାଦାନ ହୋଇଯିବ ବୋଲି ରୋହିତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.