fbpx

ନିଜର ଧାର୍ମିକ ସଙ୍କେତ ସବୁଠାରେ ଦେଖାଇ ପାରିବୁ,ଭାରତ ତୁର୍କୀ ନୁହେଁ: ହିଜାବ ମାମଲାରେ ହାଇକୋର୍ଟରେ ଅଜବ ଯୁକ୍ତି

ନୂଆଦିଲ୍ଳୀ: କର୍ଣ୍ଣାଟକ ହିଜାବ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି । ସ୍କୁଲ ଓ କଲେଜରେ ଛାତ୍ରୀଙ୍କୁ ହିଜାବ ପରିଧାନର ଅନୁମତି ମିଳୁନଥିବା ବେଳେ ଛାତ୍ରୀମାନେ ମଧ୍ୟ ନିଜ ଜିଦରେ ଅଟଳ ଅଛନ୍ତି । ହାଇକୋର୍ଟରେ ମାମଲା ବିଚାରାଧୀନ ଅବସ୍ଥାରେ ରହିଥିବା ବେଳେ ହିଜାବ ପିନ୍ଧା ଛାତ୍ରୀ ମାନଙ୍କୁ ଶ୍ରେଣୀ ଗୃହ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି କଲେଜ କର୍ତ୍ତୃପକ୍ଷ । ସେହିପରି ଛାତ୍ରୀମାନଙ୍କ ପକ୍ଷରୁ ଯାଚିକା ଦାଖଲ କରିଥିବା ଓକିଲ ଯୁକ୍ତି କରିଥିଲେ କି, ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ସମସ୍ତେ ନିଜ ନିଜର ଧର୍ମୀୟ ସଙ୍କେତକୁ ଗର୍ବର ସହିତ ଧାରଣ କରି ପାରିବେ । ଏହା ତୁର୍କୀ ନୁହେଁ ଯେ, ଧର୍ମୀୟ ସଙ୍କେତ ଧାରଣ କରିବାରେ ଅସୁବିଧା ରହିବ । ଏହା ସହିତ ହାଇକୋର୍ଟ ମୁଲତବୀ ରହିଥିବା ବେଳେ ଆସନ୍ତା କାଲି ଅପରାହ୍ନ ୨.୩୦ରେ ମାମଲାର ବିଚାର ପୁନର୍ବାର ଆରମ୍ଭ ହେବ ।

ଗତ ସପ୍ତାହରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ ଯେ ସ୍କୁଲ ଖୋଲାଯାଇପାରିବ କିନ୍ତୁ ଧର୍ମ ସହ ଜଡ଼ିତ ପରିଧାନକୁ ଅନୁମତି ଦିଆଯିବ ନାହିଁ । ଆଉ ସୋମବାର ସ୍କୁଲ ଖୋଲିବା ପରେ ହିଜାବ ପିନ୍ଧିବାକୁ ନେଇ ଅଭିଭାବକ ଏବଂ ଶିକ୍ଷକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଶିକ୍ଷକଙ୍କ କହିବା ଅନୁଯାୟୀ ସ୍କୁଲକୁ ଆସିବା ପୂର୍ବରୁ ହିଜାବକୁ ହଟାଇବାକୁ ପଡ଼ିବ । ଏହାପରେ ଜଣେ ଅଭିଭାବକ କହିଥିଲେ ଛାତ୍ରୀଙ୍କୁ କ୍ଲାସକୁ ଯିବା ପରେ ହିଜାବ କାଢ଼ିବାକୁ କୁହାଯାଇପାରିବ । କିନ୍ତୁ ଶିକ୍ଷକ ଜଣକ ହିଜାବ ସହ ସ୍କୁଲ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ ।

Get real time updates directly on you device, subscribe now.