fbpx

ଆଜି ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ, ରତ୍ନସିଂହାସନ ବରୁଣ ହ୍ରଦର ଭ୍ରମ ସୃଷ୍ଟି କରିବ

ପୁରୀ (ଭାସ୍କର ନ୍ୟୁଜ): ଆଜି  ପବିତ୍ର ମାଘ ପୂର୍ଣ୍ଣମୀ । ରତ୍ନସିଂହାସନରେ ଗଜ ଉଦ୍ଧାରଣ ବେଶରେ ଉଭା ହେବେ ଶ୍ରୀଜଗନ୍ନାଥ । ଆକାଶ ମାର୍ଗରେ ଠାକୁରେ ଗରୁଡ଼ ପିଠିରେ ବସି ବରୁଣ ହ୍ରଦରେ ପ୍ରାଣରକ୍ଷା ପାଇଁ ପ୍ରାର୍ଥନା କରୁଥିବା ଗଜରାଜଙ୍କୁ ଉଦ୍ଧାର କରିବେ । ଠାକୁରଙ୍କ କୋଳରେ ଶୋଭା ପାଉଥିବେ ଲକ୍ଷ୍ମୀ ଠାକୁରାଣୀ । ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ । ଶ୍ରୀବଳଭଦ୍ର ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ଉଭା ହେବେ । ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦଛନ୍ଦି ପଦ୍ମ କଢ଼ ଧରି ଥିବେ । ମହାପ୍ରଭୁଙ୍କ ନିକଟରେ ହାତୀ ଦ୍ୱୟ ଓ କୁମ୍ଭୀର ରହିଥିବେ । ରତ୍ନସିଂହାସନ ବରୁଣ ହ୍ରଦର ଭ୍ରମ ସୃଷ୍ଟି କରୁଥିବ ।

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଏହି ଦୁର୍ଲ୍ଲଭ ବେଶ ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ । ଭିତରଛ, ତଳିଛ, ପାଳିଆ ପୁଷ୍ପାଳକ, ଖୁଣ୍ଟିଆ ଓ ମେକାପ ଆଦି ସେବକମାନେ ଠାକୁରଙ୍କ ସ୍ୱତନ୍ତ୍ର ସେବା କରିବେ । ବେଶ ସଂପୂର୍ଣ୍ଣ ପରେ ସନ୍ଧ୍ୟାଧୂପରେ ଠାକୁରଙ୍କୁ ଖିରି ଓ ଅମାଲୁ ଭୋଗ ଅର୍ପଣ କରାଯିବ । ମହାପ୍ରଭୁଙ୍କୁ ଗଜୋଦ୍ଧାରଣ ବେଶରେ ଦର୍ଶନ କରିବାର ଦିବ୍ୟ ଅନୁଭୂତି ପାଇବେ ଭକ୍ତ । ଏହି ସମୟରେ ଠାକୁରଙ୍କ ସମ୍ମୁଖରେ ଶ୍ରଦ୍ଧା ଓ ଭକ୍ତି ଚିତ୍ତରେ ଗଜେନ୍ଦ୍ର ସ୍ତୁତିଗାନ କଲେ ସାଂସାରିକ ଦୁଖକଷ୍ଟ ଦୂର ହେବା ସହ ଅଶେଷ ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.