fbpx

ସିକୁଆ ପଂଚାୟତରେ ଟଙ୍କା ବାଣ୍ଟିବାକୁ ନେଇ ଉତ୍ତେଜନା, ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲେ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ

ଖଡ଼ିଆଳ (ଭାସ୍କର ନ୍ୟୁଜ୍‌): ଖଡ଼ିଆଳ ବ୍ଲକର ସୁନାରୀ ସିକୁଆରେ ପଂଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀନୀ ଭୋଳେଶ୍ୱରୀ ଦାସ ଭୋଟରକୁ ଟଙ୍କା ବାଣ୍ଟୁଥିବାନେଇ ଗ୍ରାମରେ ଉତ୍ତେଜନା ହୋଇଥିଲା ।

ସୂଚନା ମୁତାବକ ସୁନାରୀ ସିକୁଆ ଗାଁର ଶିକ୍ଷକ ସନ୍ୟାସୀ ଦାସଙ୍କ ଝିଅ ଭୋଳେଶ୍ୱରୀ ଦାସ ସୁନାରୀ ସିକୁଆ ପଂଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ଠିଆ ହେଇଛନ୍ତି ପଂଚାୟତର ମାଝୀ ପଡ଼ା ରେ ଘର ଘର ବୁଲିଟଙ୍କା ବାଣ୍ଟୁଥିବା ନେଇ ପ୍ରତିଦ୍ୱନ୍ଦ୍ୱୀ ଜଗମୋହନ ବୈଠାରୁର ସମର୍ଥକ ମାନେ ଜାଣିବାରୁ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏନେଇ ଜଗମୋହନ ବୈଠାରୁ ଓ ସମର୍ଥକ ମାନେ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.