ମହିଳାଙ୍କ ଚୁଟି ଘୋଷାଡି ମାଡ ମାରିଲେ: ଅଧାରୁ ବନ୍ଦ ରହିଲା ମତଦାନ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳରେ ଘଟିଯାଇଛି ନିୁର୍ବାଚନୀ ହିଂସା । ୧୫-୨୦ ଜଣ ଯୁବକ ବୁଥ୍ ରିଗିଂ କରିବା ସହିତ ଭଙ୍ଗାରୁଜା କରିଥିଲେ । ଏପରିକି ଜଣେ ମହିଳାଙ୍କୁ ଚୁଟି ଧରି ଘୋଷାଡି ମାଡ ମାରିଥିଲେ । ସୁଜନପୁର ପଞ୍ଚାୟତର ଦୁର୍ଗାପୁରରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଥିବା ବେଳେ ସକାଳ ୧୦.୩୦ ମିନିଟ ସମୟରେ ୧୫ରୁ ୨୦ ଜଣ ଦୁର୍ବୁର୍ତ୍ତ ପଶି ଆସିଥିଲେ । ବୁଥରେ ଗଣ୍ଡଗୋଳ କାରଣରୁ ମହିଳା ଜଣଙ୍କ ଏହାର ବିରୋଧ କରିଥିଲେ ।

ମହିଳା ଜଣଙ୍କ ବିରୋଧ କରିବାରୁ ଚୁଟି ଧରି ଘୋଷାଡି ମାଡ ମାରିଥିବା ଅଭିଯୋଗ ହୋଇଛି । ଶାନ୍ତି ଶୃଙ୍ଖଳାରେ ଭୋଟ ଦାନ ପାଇଁ ମହିଳା ଜଣଙ୍କ ଅନୁରୋଧ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ମଣ୍ଟୁ, ଦିଜ, ସଞ୍ଜୟ, ଦଇଲ, କୈଳାସ ବେହେରା ପ୍ରମୁଖ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଯୁବତୀ ଜଣଙ୍କ ପ୍ରକାଶ କରିଛନ୍ତି । ଯୁବକ ମାନେ ତାଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।