fbpx

ପରଲୋକରେ ବାପ୍ପି ଦା’: ଚିତ୍ରକଳା ଜରିଆରେ ଡିସ୍କୋ କିଙ୍ଗଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଥମେ ଯାଇଥିଲେ ଲତା ଆଉ ଏବେ ଚାଲିଗଲେ ବାପି । ମାତ୍ର ୧୦ ଦିନ ମଧ୍ୟରେ ଭାରତୀୟ ସଙ୍ଗୀତ ଜଗତ ଦୁଇ ଦୁଇଟି ଅମୂଲ୍ୟ ରତ୍ନଙ୍କୁ ହରାଇଛି । ଆଜି ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି ୬୯ ବର୍ଷ ବୟସରେ ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲିଯାଇଛନ୍ତି । ଭାରତୀୟ ସିନେମାରେ ଏକଧାରାରେ ସଙ୍ଗୀତ ଓ ମ୍ୟୁଜିକ ଡିରେକ୍ଟର ଭାବରେ ସୁନାମ ଅର୍ଜନ କରିଥିବା ବାପ୍ପି ଲାହିରିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଚିତ୍ରଶୀଳ୍ପି ପ୍ରିୟଙ୍କା ସାହାଣୀ ।

ବାପ୍ପି ଦା ସର୍ବଦା ସୁନା ପିନ୍ଧିବାକୁ ଭଲପାଉଥିବାରୁ ସୁନାର ଚିକିମିକିଆ ଜରି, କାଗଜ ଏବଂ ରଙ୍ଗର ବ୍ୟବହାରରେ ଏହି ଚିତ୍ରକଳା ନିର୍ମାଣ କରାଯାଇଥିଲା । ଗ୍ଲିଟର ପେପର ଓ ଆକ୍ରିଲିକ୍ ରଙ୍ଗର ବ୍ୟବହାରରେ ସେ ଏହି ଚିତ୍ରକଳା ନିର୍ମାଣ କରିଥିଲେ ।

Get real time updates directly on you device, subscribe now.