fbpx

ଆଜିଠୁ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟ, ୯ଟି ଗ୍ରୁପ୍‌ରେ ଖେଳିବେ ୩୮ଟି ଟିମ୍

ନୂଆଦିଲ୍ଳୀ: ଆଜି ଦୀର୍ଘ ୨ ବର୍ଷ ଅପେକ୍ଷାର ଅନ୍ତଘଟିବାକୁ ଯାଉଛି।କରୋନା ଆତଙ୍କ ନେଇ ଗତ ଦୁଇ ବର୍ଷଧରି ଘରୋଇ ରଣଜୀ ଟ୍ରଫି କ୍ରିକେଟ ମ୍ୟାନ୍ ଅନୁଷ୍ଠିତ ହେବ । ତେଚଳିତ ବର୍ଷ ମୋଟ ୩୮ ଦଳ ଏଥିରେ ଅଂଶ ଗ୍ରହଣ କରିବେ । କରୋନା ଆତଙ୍କ ନେଇ ସମସ୍ତ ଖେଳାଳିଙ୍କ ପାଇଁ ବିଭିନ୍ନ ସ୍ଥାନରେ ୯ ସୁରକ୍ଷିତ ବାୟୋବବଲ କେନ୍ଦ୍ର ପ୍ରତିଷ୍ଠା କରା ଯାଇଛି । ଗତ ପାଞ୍ଚ ଦିନ ଧରି ଖେଳାଳି ମାନେ କ୍ୱାରେଣ୍ଟାଇନରେ ଥିଲେ । ଗୁରୁବାର ଠାରୁ ଅନୁଷ୍ଠିତ ହେବ ପ୍ରଥମ ରାଉଣ୍ଡ ୧୯ଟି ମୁକାବିଲା । ମୋଟ୍‌ ଉପରେ ଏଥର ରଣଜୀ ଟ୍ରଫିରେ ୬୪ଟି ମ୍ୟାଚ୍‌ ରହିଛି । ସମସ୍ତ ମ୍ୟାଚ୍‌କୁ ୬୨ ଦିନରେ ଶେଷ କରାଯିବ ।

ପ୍ରକାଶ ଯୋଗ୍ୟ ଯେ, ମୋଟ ୩୮ଟି ଦଳକୁ ୯ଟି ଗ୍ରୁପ୍‌ରେ ଭାଗ କରାଯାଇଛି । ପ୍ରଥମ ୮ଟି ଗ୍ରୁପ୍‌ରେ ୪ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି । ନବମ ଗ୍ରୁପ୍‌ରେ ରହିଛନ୍ତି ୬ଟି ଦଳ । ପ୍ରଥମ ୮ଟି ଗ୍ରୁପ୍‌ର ନାମ ‘ଏଲିଟ ଗ୍ରୁପ୍‌’ ଓ ନବମ ଗ୍ରୁପ୍‌ର ନାମ ‘ପ୍ଲେଟ୍‌ ଗ୍ରୁପ୍‌’ ରଖାଯାଇଛି । ଲିଗ୍‌ ପର୍ଯ୍ୟାୟ ପାଇଁ ମୋଟ୍‌ ୯ଟି ଷ୍ଟାଡିୟମ ଚୟନ କରାଯାଇଛି । ରାଜକୋଟ୍‌ରେ ଏଲିଟ୍‌ ଗ୍ରୁପ୍‌-ଏ, କଟକରେ ଗ୍ରୁପ୍‌-ବି, ଚେନ୍ନାଇରେ ଗ୍ରୁପ୍‌-ସି, ଅହମ୍ମଦାବାଦରେ ଗ୍ରୁପ୍‌ଡି, ତ୍ରିଭେନ୍ଦ୍ରମରେ ଗ୍ରୁପ୍‌-ଇ, ଦିଲ୍ଲୀରେ ଗ୍ରୁପ୍‌-ଏଫ୍‌, ହରିଆନାରେ ଗ୍ରୁପ୍‌-ଜି ଓ ଗୌହାଟୀରେ ଗ୍ରୁପ୍‌-ଏଚ୍‌ର ସମସ୍ତ ଲିଗ୍‌ ମୁକାବିଲା ଅନୁଷ୍ଠିତ ହେବ । କୋଲକାତାରେ ପ୍ଲେଟ୍‌ ଗ୍ରୁପ୍‌ର ଲିଗ୍‌ ମ୍ୟାଚ୍‌ ଖେଳାଯିବ । ପ୍ରତି ଗ୍ରୁପ୍‌ରେ ସ୍ଥାନ ପାଇଥିବା ଦଳ ଗୁଡ଼ିକ ପାଇଁ ନିଜ ନିଜ ଭେନ୍ୟୁ ନିକଟସ୍ଥ ଅଞ୍ଚଳରେ ଜୈବ ସୁରକ୍ଷା ବଳୟ ପ୍ରସ୍ତୁତ କରାଯିବ । ଟୁର୍ଣ୍ଣାମେଣ୍ଟ ସମୟରେ କୌଣସି ଖେଳାଳି ଜୈବ ସୁରକ୍ଷା ବଳୟ ଅତିକ୍ରମ କରିପାରିବେ ନାହିଁ

ସୂଚନା ଯୋଗ୍ୟ ଯେ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳି ମାନେ ଜାତୀୟ ଦଳରେ ଖେଳିବା ସୁଯୋଗ ପାଉଥିବାରୁ ରଣଜୀ ଟ୍ରଫି ଆୟୋଜନ ନେଇ ସମସ୍ତେ ଖସି ଅନୁଭବ କରୁଛନ୍ତି ।

Get real time updates directly on you device, subscribe now.