ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଲଗାତର ଦ୍ୱିତୀୟ ଦିନ ଭୁକମ୍ପ ଅନୁଭୂତ ହୋଇଛି । ଗୁରୁବାର ଦିନ ୩ଟା ୨ ମିନିଟ୍ ରେ ଜମ୍ମୁର କଟରାରୁ ୮୪ କିମି ପୂର୍ବରେ ଭୁକମ୍ପ ଝଟକା ଅନୁଭୂତ କରାଯାଇଛି । ନ୍ୟାସନାଲ୍ ସେଣ୍ଟର୍ ଫର୍ ସେସିମୋଲୋଜି ଅନୁସାରେ, ଭୁକମ୍ପର ତୀବ୍ରତା ରିକ୍ଟର୍ ସ୍କେଲରେ ୩.୫ ମପାଯାଇଛି । ତେବେ ଏହି ଭୁକମ୍ପ କାରଣରୁ କୌଣସି କ୍ଷୟକ୍ଷତି ଘଟିନାହିଁ । ଏହା ପୂର୍ବରୁ ବୁଧବାର ଦିନ ମଧ୍ୟ ଭୂକମ୍ପ ଅନୁଭୂତ କରାଯାଇଥିଲା । ସକାଳ ପାଖାପାଖି ୫ଟା ୪୩ ମିନିଟ୍ ରେ ଭୁକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର୍ ସ୍କେଲରେ ଭୁକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଥିଲା ।