fbpx

ଓଡ଼ିଆ ଝିଅଙ୍କ ଫିଲ୍ମରେ ନଜର ଆସବେ କମେଡି କିଙ୍ଗ:ଭୁବନେଶ୍ୱରରେ ହେବ ଶୁଟିଂ, ପରଦାରେ କରିବେ ଫୁଡ ଡେଲିଭର

ନୂଆଦିଲ୍ଳୀ: ବଲିଉଡର ଖ୍ୟାତନାମା ନିର୍ଦ୍ଦେଶିକା ତଥା ଅଭିନେତ୍ରୀ ନନ୍ଦିତା ଦାସ ନିଜ କ୍ୟାରିିୟରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ବଲିଉଡର କମେଡି କିଙ୍ଗ କପିଲ ଶର୍ମାଙ୍କୁ ନେଇ ନିଜର ଅପକମିଙ୍ଗ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ନନ୍ଦିତା । କପିଲ ଶର୍ମା ଏହି ଫିଲ୍ମରେ ଜଣେ ଫୁଡ ଡେଲିଭରୀ ବଏର ଭୂମିକାରେ ନଜର ଆସିବେ । କପିଲ ଶର୍ମାଙ୍କ ବ୍ୟତିତ ଶାହାନା ଗୋସ୍ୱାମୀ ମୁଖ୍ୟ ଭୂମିକାରେ ରହିବେ । ଶାହାନା କପିଲଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ ବୋଲି ନନ୍ଦିତା ସ୍ପଷ୍ଟ କରିଛନ୍ତି । ଏହା ସହିତ ଆସନ୍ତା ମାସରେ ଭୁବନେଶ୍ୱରରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ । କପିଲ ଶର୍ମା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ନନ୍ଦିତାଙ୍କ ସହିତ ଫଟୋ ଶେୟାର କରି ଏହି ଖବରକୁ ସ୍ପଷ୍ଟ କରିଛନ୍ତି । ଏହା ସହିତ କ୍ୟାପସନରେ ଲେଖା ଯାଇଥିଲା ୟୋର ଅର୍ଡର ଇଜ୍ ପ୍ଲେସଡ ।

ଏହି ଫିଲ୍ମରେ ଜଣେ ସାଧାରଣ ବ୍ୟକ୍ତି ଜୀବନରେ କରୁଥିବା ସଂଘର୍ଷ ଦେଖିବାକୁ ମିଳିବ ବୋଲି କହିଛନ୍ତି ନନ୍ଦିତା । ସାଧାରଣ ଲୋକ କିଭଳି ଭାବରେ ଆମର ଅର୍ଥନୀତିକୁ ଗତିଶୀଳ ରଖୁଛନ୍ତି ତାହା ଦେଖିହେବ । କପିଲଙ୍କ କମେଡି ଶୋ ସମ୍ପର୍କରେ ଶୁଣିଛି ହେଲେ କେବେ ଦେଖିନାହିଁ ମାତ୍ର ସାଧାରଣ ଲୋକର ଚରିତ୍ରକୁ ସେ ହିଁ ଭଲରେ ନିର୍ବାହ କରିପାରିବେ । କପିଲ ଶେଷ ଥର ପାଇଁ ଫିରଙ୍ଗୀରେ ନଜର ଆସିଥିବା ବେଳେ ନନ୍ଦିତା ଦାସ ଶାହଦତ ହସନ ମଣ୍ଟୋଙ୍କ ବାୟୋପିକ୍ ‘ମଣ୍ଟୋ’ର ନିର୍ଦ୍ଦେଶନା ଦେଇଥିଲେ । ଅନ୍ୟ ପକ୍ଷରେ ଫିରାକ ପରେ ଦ୍ୱିତୀୟ ଥର ପାଇଁ ନନ୍ଦିତାଙ୍କ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ଶାହାନା ଗୋସ୍ୱାମୀ ।

 

View this post on Instagram

 

A post shared by Nandita Das (@nanditadasofficial)

Get real time updates directly on you device, subscribe now.