fbpx

ମୋଦୀଙ୍କ ଆହ୍ୱାନ: ସାର୍କ ପରେ ଜି୨୦

ନୂଆଦିଲ୍ଲୀ,୧୫ ।୩: କରୋନା ମୁକାବିଲା ପାଇଁ ବିଶ୍ୱକୁ ଏକଜୁଟ କରିବାକୁପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାସ କରିଛନ୍ତି । ସାର୍କ ସମ୍ମିଳନୀ ପରେ ଜି୨୦ ରାଷ୍ଟ୍ର ସମୂହକୁ ଏକଜୁଟ ହେବାକୁ ମୋଦୀ ଆହ୍ୱାନ ଦେଇଛନ୍ତି । ମୋଦୀଙ୍କ ଆହ୍ୱାନକୁ ସମର୍ଥନ କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ।

ତେବେ ଆଉ କିଛି ସମୟ ପରେ ସାର୍କ ସଦସ୍ୟ ରାଷ୍ଟ୍ରଙ୍କ ସହ କରୋନା ସମ୍ମିଳନୀ ଆରମ୍ଭ ହେବ । କରୋନା ମୁକାବିଲା ପାଇଁ ପଦକ୍ଷେପ ନେଇ ମିଳିତ ଆଲୋଚନାମାନ ହେବ । ଅପରାହ୍ନ ୫ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ । କରୋନା ମୁକାବିଲା ପାଇଁ ଏକାଠି ହେବାକୁ ମୋଦୀ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନକୁ ସ୍ୱୀକାର କରିଛନ୍ତି ସାର୍କ ରାଷ୍ଟ୍ରସମୂହ । ତେବେ ସାର୍କ ହେଉଛି- ଆଞ୍ଚଳିକ ସହଯୋଗ ପାଇଁ ଦକ୍ଷିଣ ଏସୀୟ ସଂଘ । ସାର୍କରେ ଭାରତ ସମେତ ୮ଟି ଦକ୍ଷିଣ ଏସୀୟ ରାଷ୍ଟ୍ର ସଦସ୍ୟ ଅଛନ୍ତି ।

Get real time updates directly on you device, subscribe now.