fbpx

କାଲି ଓଡ଼ିଶା ଆସୁଛନ୍ତିି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁଇ ଦିନିଆ ପୁରି ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କାଲି ୨ଟା ୨୫ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଭୁବନେଶ୍ୱରରୁ ସିଧାସଳଖ ରାଷ୍ଟ୍ରପତି ପୁରୀ ଯିବେ । ଭୁବନେଶ୍ୱର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ବାହାରି ୩.୨୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ । ୫ଟାରୁ ୫.୪୫ରେ ଶ୍ରୀମନ୍ଦିର ରହି ମହାପ୍ରଭୁଙ୍କୁ ଦର୍ଶନ କରିବେ । ୨୦ ତାରିଖରେ ଶ୍ରୀଚୈତନ୍ୟ ମଠ ପରିଦର୍ଶନ କରିବେ । ସେହି ଦିନ ଅର୍ଥାତ୍ ୨୦ ତାରିଖ ଅପରାହ୍ନ ୪ଟା ୪୦ ମିନିଟ ଓଡ଼ିଶା ଛାଡିବେ ରାଷ୍ଟ୍ରପତି ।

ତେବେ ୨୦ତାରିଖ ଦିନ ୧୦.୪୦ରେ ପୁରୀସ୍ଥିତ ଗୌଡିଆ ମିସନ ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକି ସମାରୋହରେ ଯୋଗଦେବେ ।ଏନେଇ ଆସନ୍ତାକାଲି ମଧ୍ୟାହ୍ନ ୧୨.୨୫ ମିନିଟ ରେ ଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରିବେ ରାଷ୍ଟ୍ରପତି ।

Get real time updates directly on you device, subscribe now.