fbpx

ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଦିନ ୧ଟା ସୁଦ୍ଧା ୬୫% ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛିି । ଦିନ ୧ଟା ସୁଦ୍ଧା ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ମିଳିଛି । କୋଟିଆରେ ୧୨ଟା ସୁଦ୍ଧା ୪୦%ରୁ ଅଧିକ ମତଦାନ ହେଲାଣି । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଆଜି କରୋନା ପ୍ରୋଟୋକଲ ସହିତ ଓଡ଼ିଶାରେ ଆରମ୍ଭ ହୋଇଛି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା । ଦିନ ୧ଟା ସୁଦ୍ଧା ବୁଥରେ ଯେତିକି ଜଣ ଥିବେ ସେତିକି ଜଣ ଭୋଟ ଦେଇପାରିବେ ବୋଲି କୁହାଯାଇଛି ।୧,୫୧୪ ଗ୍ରାମ ପଞ୍ଚାୟତର ୨୦,୪୩୬ ବୁଥରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଛି, ଯେଉଁଥିରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକର ୧୮୬ଟି ଜିଲ୍ଲା ପରିଷଦ ଅଞ୍ଚଳରେ ୩,୦୬୫ଟି ସମ୍ବେଦନଶୀଳ ବୁଥ୍ ରହିଛି।

Get real time updates directly on you device, subscribe now.