fbpx

SMS ଓ ଗୋଟିଏ ମିସ୍ କଲ୍ ଜରିଆରେ ଚେକ୍ କରନ୍ତୁ PNB ଆକାଉଣ୍ଟ୍ ବାଲାନ୍ସ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଯଥା ପିଏନବିରେ ଆକାଉଣ୍ଟ ରହିଛି, ତେବେ ଆକାଉଣ୍ଟ ବାଲାନ୍ସ ଜାଣିବା ପାଇଁ ଆପଣଙ୍କୁ ବ୍ୟାଙ୍କ ଶାଖାକୁ ଯିବାର ଆବଶ୍ୟକତା ନାହିଁ । ଆପଣ ଘରେ ବସି ବିନା ଇଣ୍ଟରନେଟ୍ ରେ ବି ଆକାଉଣ୍ଟ୍ ବାଲାନ୍ସ ଚେକ୍ କରିପାରିବେ । ଆପଣ ଏକ ମିସ୍ କଲ୍ କିମ୍ବା ଏସଏମଏସ୍ ପଠାଇ ବ୍ୟାଙ୍କ ସହିତ ଜଡିତ ଅନେକ ସୂଚନା ପାଇପାରିବେ ।

ଆପଣ କେବଳ ଏକ ମିସ୍ କଲ୍ ଜରିଆରେ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହା ଯାଞ୍ଚ କରିପାରିବେ । ଚେକ୍ କରିବା ପାଇଁ ଆପଣ ପଞ୍ଜାବ ନ୍ୟାସନାଲ୍ ଆକାଉଣ୍ଟରେ ରେଜିଷ୍ଟର୍ କରିଥିବା ଫୋନ୍ ନମ୍ବରରୁ ୧୮୦୦ ୧୮୦ ୨୨୨୩ କିମ୍ବା ୦୧୨୦-୨୩୦୩୦୯୦ କୁ ମିସ୍ କଲ୍ କରନ୍ତୁ । ଏହାର କିଛି ସେକେଣ୍ଡ ପରେ ଆପଣଙ୍କ ରେଜିଷ୍ଟର୍ଡ ନମ୍ବରକୁ ଆକାଉଣ୍ଟରେ କେତେ ବାଲାନ୍ସ ରହିଛି ତାର ଡିଟେଲ୍ସ ମେସେଜ୍ ମାଧ୍ୟମରେ ଆସିଯିବ ।

ଯଦି ଆପଣ ମେସେଜ୍ ମାଧ୍ୟମରେ ଆକାଉଣ୍ଟ୍ ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଖୁବ୍ ସରଳ ଉପାୟ ରହିଛି । ଆପଣଙ୍କ ପିଏନବି ଆକାଉଣ୍ଟରେ ବାଲାନ୍ସ ଜାଣିବା ପାଇଁ BAL ଲେଖି ୫୬୭୬୭୯୧ କୁ ପଠାଇ ଦିଅନ୍ତୁ । ଏହାର କିଛି ସେକେଣ୍ଡ୍ ପରେ ଆପଣଙ୍କ ପାଖକୁ ସମ୍ପୂର୍ଣ୍ଣ ତଥ୍ୟ ମେସେଜ୍ କରିଆରେ ଆସିଯିବ ।

Get real time updates directly on you device, subscribe now.