fbpx

ଜଲଦି ସାରିଦିଅନ୍ତୁ ବ୍ୟାଙ୍କ କାମ, ମାର୍ଚ୍ଚରେ ୧୩ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲh: ମାର୍ଚ୍ଚ ୨୦୨୨ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ବ୍ୟାଙ୍କ ଛୁଟିଦିନର ତାଲିକା ପ୍ରକାଶ କରିଛି । ଏହି ତାଲିକା ଅନୁଯାୟୀ, ଆସନ୍ତା ମାସରେ ୧୩ ଦିନ ବ୍ୟାଙ୍କଗୁଡିକରେ ସମ୍ପୁର୍ଣ୍ଣ ବନ୍ଦ ରହିବ । ଆସନ୍ତା ମାସ ଅର୍ଥାତ୍‌ ମାର୍ଚ୍ଚରେ ମହାଶିବରାତ୍ରୀ ଏବଂ ହୋଲି ପରି ବଡ ପର୍ବପର୍ବାଣୀ ପଡ଼ୁଥିବାରୁ ଉକ୍ତ ମାସରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ । ଏଥିରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାରର ସାପ୍ତାହିକ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ ଅଛି ।

ଆରବିଆଇର ଅଫିସିଆଲ୍‌ ୱେବସାଇଟ୍‌ (ବ୍ୟାଙ୍କ ଛୁଟିଦିନ ୨୦୨୨) ରେ ଦିଆଯାଇଥିବା ଛୁଟିଦିନର ତାଲିକା ଅନୁଯାୟୀ, ବ୍ୟାଙ୍କିଙ୍ଗ୍‌ ଛୁଟି ମଧ୍ୟ ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା ପର୍ବଗୁଡ଼ିକର ବିଜ୍ଞପ୍ତି ଉପରେ ନିର୍ଭର କରେ । ଏହି ସମସ୍ତ ଛୁଟି ସବୁ ରାଜ୍ୟରେ ପ୍ରଯୁଜ୍ୟ ହେବ ନାହିଁ । ଏଭଳି ପରିସ୍ଥିତିରେ, ମାର୍ଚ୍ଚ ମାସରେ ବ୍ୟାଙ୍କଗୁଡିକର ବ୍ୟବସାୟ ସମାଧାନ ପାଇଁ ଘରୁ ବାହାରିବା ପୂର୍ବରୁ, ଗ୍ରାହକମାନେ ନିଶ୍ଚିତ ଭାବରେ ବ୍ୟାଙ୍କ ଛୁଟିଦିନର ତାଲିକା ଦେଖିବା ପରେ ବ୍ୟାଙ୍କ ଯିବା ଉଚିତ୍‌ । ମାର୍ଚ୍ଚ ୨ (ମହାଶିବରାତ୍ରୀ),ମାର୍ଚ୍ଚ ୩: (ଲୋସର), ୪ ମାର୍ଚ୍ଚ : ୧୭ ମାର୍ଚ୍ଚ: (ହୋଲିକା ଦହନ), ମାର୍ଚ୍ଚ ୧୮: (ହୋଲି / ଧୁଲେଟି / ଦୋଳ ଯାତ୍ରା), ମାର୍ଚ୍ଚ ୧୯: (ହୋଲି), ମାର୍ଚ୍ଚ ୨୦: ରବିବାର (ସାପ୍ତାହିକ ଛୁଟି), ମାର୍ଚ୍ଚ ୨୨: (ବିହାର ଦିନ). ମାର୍ଚ୍ଚ ୨୬: ଶନିବାର (ମାସର ଚତୁର୍ଥ ଶନିବାର) ମାର୍ଚ୍ଚ ୨୭: ରବିବାର (ସାପ୍ତାହିକ ଛୁଟି) ଭଳି ଆଦି ଦେଶରେ ଛୁଟିଦିନ ରହିଛି ତେଣୁ ବିଭିନ୍ନ ସ୍ତରନରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।

Get real time updates directly on you device, subscribe now.