fbpx

Cryonics Technology ଦ୍ୱାରା ମୃତଦେହ ବି ହୋଇଯିବ ପୁନର୍ଜୀବିତ, କ’ଣ ରହିଛି ବୈଜ୍ଞାନିକଙ୍କ ମତ

ନୂଆଦିଲ୍ଲୀ: ଏକଥା ଆମେ ସମସ୍ତେ ଜାଣୁ ଯେ, ମଣିଷ ଜନ୍ମ ହୋଇଛି ମାନେ ମୃତ୍ୟୁ ସୁନିଶ୍ଚିତ । ବର୍ତ୍ତମାନ ବିଜ୍ଞାନ ବହୁଳ ଭାବେ ଅଗ୍ରଗତି କରିଥିଲେ ହେଁ ମଣିଷର ଜୀବନ ମରଣକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରିନାହିଁ । ମେଡିକାଲ ସାଇନ୍ସ ଏପରି କିଛି ଭେଣ୍ଟିଲେଟର ମେସିନ ପ୍ରସ୍ତୁତ କରିଛି, ଯାହା ମାଧ୍ୟମରେ ଜଣେ ଲୋକକୁ କିଛି ଘଣ୍ଟା ବା କିଛି ଦିନ ପର୍ଯ୍ୟନ୍ତ ଜୀବିତ ରଖାଯାଇପାରିବ । ମାତ୍ର ଏହା ଏକ ଚିରସ୍ଥାୟୀ ବ୍ୟବସ୍ଥା ନୁହେଁ । ତେବେ ଏ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଶବଗୁଡ଼ିକୁ ପୁନର୍ଜୀବିତ କରିବା ପାଇଁ ଆମେରିକାର ବୈଜ୍ଞାନିକମାନେ ପ୍ରୟାସ ଚଳାଇଥିବା କୁହାଯାଇଛି ।

ଶବ ପୁଣି ଜୀବନ ଫେରି ପାଇବ, ଏକଥା ଶୁଣିବାକୁ ଅଜବ ଲାଗୁ ଥାଇପାରେ । ଏହି ଅସମ୍ଭବକୁ ସମ୍ଭବ କରିବ ‘କ୍ରାୟୋନିକ୍ସ ଟେକ୍ନୋଲୋଜି । ଲ୍ୟାବରେ ରହିଥିବା ଅନେକ ଶବକୁ ଏହି ଟେକ୍ନୋଲୋଜି ମାଧ୍ୟମରେ ପୁନର୍ଜୀବନ ଦେବା ପାଇଁ ପରୀକ୍ଷଣ ଚାଲିଛି । ତେବେ ଜଣାପଡ଼ିଛି ଯେ, କିଛି ଧନୀବ୍ୟକ୍ତି ପୁନର୍ଜୀବିତ ହେବା ଆଶାରେ ସେମାନଙ୍କର ମୃତଦେହକୁ ଏହି ଲ୍ୟାବକୁ ଦାନ କରିଥିଲେ । ଏଥିପାଇଁ ସେମାନେ ଉକ୍ତ ଲ୍ୟାବକୁ ମୋଟା ଅଙ୍କର ଅର୍ଥ ପ୍ରଦାନ କରିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏହା ସତରେ କ’ଣ ସମ୍ଭବ ହେବ? ମଣିଷ ମୃତ୍ୟୁ ପରେ ପୁଣି ଥରେ ଜୀବନ ଫେରି ପାଇବ? ଏହି ଟେକ୍ନୋଲୋଜିକୁ ଆପଣାଇ ଶବଗୁଡ଼ିକୁ ଅତ୍ୟଧିକ ଥଣ୍ଡାଯୁକ୍ତ ଏକ ବଡ଼ ଫ୍ରିଜରେ ରଖାଯାଇଥାଏ । ଫଳରେ ଶବଗୁଡ଼ିକର କୌଣସି କ୍ଷତି ଘଟିନଥାଏ । ଏପରି ସ୍ଥିତିରେ ଯଦି ଏହି ଟେକ୍ନୋଲୋଜିର କିଛି ଡେଭଲପ ହୁଏ, ତେବେ ସେ ସମୟରେ ଶବଗୁଡ଼ିକୁ ପୁନର୍ଜୀବିତ କରାଯାଇ ପାରିବ । ବିଶେଷଜ୍ଞଙ୍କ ମତରେ, ଏହି ପରୀକ୍ଷଣ ଭବିଷ୍ୟତରେ ସମ୍ଭବ ହୋଇପାରେ । କାରଣ ଶହେ ବର୍ଷ ପୂର୍ବେ ମଣିଷ ଚନ୍ଦ୍ରରେ ପହଞ୍ଚିବା ଅସମ୍ଭବ ଥିଲା । ମାତ୍ର ଆଜି ତାହା ସମ୍ଭବ ହୋଇପାରିଛି । ସେହିଭଳି ଦିନକୁ ଦିନ ବିଜ୍ଞାନ ଅଗ୍ରଗତି କରୁଛି, ତେଣୁ ଏଥିରେ ସଫଳ ହେଲେ ମୃତ୍ୟୁ ପରେ ମଧ୍ୟ ମଣିଷ ବଞ୍ଚି ପାରିବ ।

Get real time updates directly on you device, subscribe now.