fbpx

କୋର୍ବେଭାକ୍ସ ଟିକାକୁ DCGIର ମଞ୍ଜୁରୀ: ୧୨-୧୮ ବର୍ଷ ପିଲାଙ୍କଠାରେ ହେବ ବ୍ୟବହାର

ନୂଆଦିଲ୍ଲୀ: କରୋନା ଟିକା କୋର୍ବେଭାକ୍ସକୁ ଡିସିଜିଆଇର ଚୂଡ଼ାନ୍ତ ଅନୁମତି । ବାୟୋଲୋଜିକାଲ-ଇ’ର ଟିକା କୋର୍ବେଭାକ୍ସକୁ ଅନୁମତି ମିଳିଲା । ୧୨-୧୮ ବର୍ଷ ବୟସ୍କ ପିଲାଙ୍କ ଠାରେ ବ୍ୟବହାର ହେବ ଏହି ଟିକା ।

ସୂଚନାଯୋଗ୍ୟ, ଦେଶରେ କରୋନା ମହାମାରୀ ବିରୋଧରେ ଟିକାକରଣ ଜାରି ରହିଛି । ଏମିତିରେ ଭାରତ ସରକାର ବାୟୋଲଜିକାଲ-ଇ ର କୋର୍ବେଭାକ୍ସକୁ ଅନୁମତି ଦେଇଥିଲେ । କିନ୍ତୁ ସୋମବାର ଏହାକୁ ଡିସିଜିଆଇ ଅନ୍ତିମ ମଞ୍ଜୁରୀ ଦେଇଛନ୍ତି । ଏହି ଟିକା ୧୨-୧୮ ବର୍ଗର କିଶୋରଙ୍କୁ ଦିଆଯିବ । ବର୍ତ୍ତମାନ ଦେଶରେ କେବଳ ୧୫-୧୮ ବର୍ଷର କିଶୋରଙ୍କୁ ଟିକା ଦିଆଯାଉଛି ।

ଗତବର୍ଷ ଡିସେମ୍ବରରରେ କରୋନାର ବୁଷ୍ଟର ଡୋଜ ପାଇଁ ହ୍ରାଇଦ୍ରାବଦର କମ୍ପାନୀ ବାୟୋଲଜିକାଲ ଇ.ଲିମିଟେଡ କୁ କୋର୍ବେଭାକ୍ସ ଭାକ୍ସିନ ଟ୍ରାଏଲ ପାଇଁ ମଞ୍ଜୁରୀ ମିଳିଥିଲା । ପ୍ରତି ମାସରେ ୧୦ କୋଟି ଟିକା ପ୍ରସ୍ତୁତ ପାଇଁ କରିବାକୁ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.