fbpx

ବିରଳ ମହାଜାଗତିକ ଦୃଶ୍ୟ: ମାଧ୍ୟାକର୍ଷଣ ପ୍ରଭାବରେ ମିଶିଗଲେ ୩ଟି ଆକାଶ ଗଙ୍ଗା

ନୂଆଦିଲ୍ଲୀ: ଏକାଠି ହୋଇଛନ୍ତି ୩ଟି ଆକାଶ ଗଙ୍ଗା । ଏହି ୩ ଆକାଶ ଗଙ୍ଗା ବା ଗାଲାକ୍ସିର ମିଳନର ବିରଳ ମହାଜାଗତିକ ଦୃଶ୍ୟ କଏଦ ହୋଇଯାଇଛି ନାସାର ହବଲ ଟେଲିସ୍କୋପରେ । ଏକ ତାରା ଆକୃତିର ଦେଖାଯାଉଥିବା ଏହି ଦୃଶ୍ୟଟି ଦେଖିବାକୁ ଅତ୍ୟନ୍ତ ଚମକ୍ରାର । ତେବେ ମାଧ୍ୟାକର୍ଷଣ ଶକ୍ତି କାରଣରୁ ଏହି ୩ଟି ଯାକ ଗାଲାକ୍ସି ପରସ୍ପର ସହିତ ମିଶିଥିବା କୁହାଯାଇଛି । ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ଏହି ୩ଟି ଯାକ ଆକାଶ ଗଙ୍ଗା ଏକାଠି ହୋଇଛନ୍ତି । ଏପରି ହେବା ମହାକାଶରେ ପ୍ରଥମ ଥର ବୋଲି ନାସାର ବୈଜ୍ଞାନିକ ମାନେ ମତ ଦେଇଛନ୍ତି ।

ଏହି ଗାଲାକ୍ସି ସମ୍ମିଶ୍ରଣକୁ ବୈଜ୍ଞାନିକ ମାନେ ଆଇସି -୨୪୩୧ ଭାବରେ ନାମିତ କରାଯାଇଛି । କନଷ୍ଟେଲେସନ କ୍ୟାନ୍ସରରେ ଘଟିଥିବା ଏହି ମହାଜାଗତିକ ଦୃଶ୍ୟଟି ପୃଥିବୀ ଠାରୁ ୮୧ ମିଲିୟନ ଆଲୋକବର୍ଷ ଦୂରରେ ସଙ୍ଗଠିତ ହୋଇଛି । ତେବେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ବୈଜ୍ଞାନିକ ମାନଙ୍କୁ ଅଧିକ ଉତ୍ସାହିତ କରିଛି । ଏହା ନାସାର ଗାଲାକ୍ସି ଜୁ କାର୍ଯ୍ୟକ୍ରମକୁ ଅଧିକ ଶକ୍ତି ଯୋଗାଇବ ବୋଲି କୁହାଯାଇଛି ।

Get real time updates directly on you device, subscribe now.