fbpx

ସମୁଦ୍ର କୂଳରେ ହଜାର ହଜାର ଲୋକ ମସ୍ତି କରୁଥିବା ବେଳେ ଆକାଶରୁ ଖସିପଡ଼ିଲା ହେଲିକପ୍ଟର, ଦେଖନ୍ତୁ Video

ଆମେରିକାର ପ୍ରସିଦ୍ଧ ମିଆମି ବିଚ୍ ନିକଟରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ସାମ୍ନାକୁ ଆସିଛି । ଏହି ସମୟରେ ହଜାର ହଜାର ଲୋକ ସମୁଦ୍ର କୂଳରେ ମସ୍ତି କରୁଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି, ସମୁଦ୍ର କୂଳରେ ହଜାର ହଜାର ଲୋକ ମସ୍ତି କରୁଥିଲେ । ଲୋକମାନେ ସମୁଦ୍ରରେ ଗାଧୋଉଥିବା ବେଳେ ଆକାଶରେ ଏକ ହେଲିକପ୍ଟର ଦେଖିବାକୁ ମିଳିଥିଲା । ଏହା ପରେ ହେଲିକପ୍ଟରଟି ଅଚାନକ୍ ଲୋକଙ୍କ ମଧ୍ୟରେ ଖସିପଡିଥିଲା ।

ଆମେରିକାର ପ୍ରସିଦ୍ଧ ମିଆମି ବିଚରେ ଏହି ଘଟଣା ଘଟିବା ଫଳରେ ଲୋକଙ୍କ ନିଶ୍ୱାସ ବନ୍ଦ ହୋଇଥିଲା । ହେଲିକପ୍ଟର ଦୁର୍ଘଟଣା ପରେ ସେଠାରେ ଲୋକଙ୍କ ମନରେ କୋକୁଆ ଭୟ ଖେଳିଯାଇଥିଲା । ଡେଲି ଷ୍ଟାରର ରିପୋର୍ଟ ଅନୁସାରେ, ୧୯ ଫେବୃଆରୀରେ ମିଆମିର ସାଉଥ ବିଚରେ ଏହି ଦୁର୍ଘଟଣା ଘଟିଛି । ହଜାର ହଜାର ଲୋକ ବିଚରେ ଗାଧୋଉଥିବା ବେଳେ ହେଲିକପ୍ଟରଟି ସମୁଦ୍ର କୂଳରେ ଖସିପଡିଥିଲା ।

କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି କି, ଏହି ହେଲିକପ୍ଟର ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ କାହାରି କିଛି କ୍ଷତି ହୋଇନାହିଁ । ହେଲିକପ୍ଟର ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି । ମିଆମି ବିଚ୍ ପୋଲିସ୍ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହି ଘଟଣା ସହ ଜଡିତ ଏକ ଭିଡିଓ ସେୟାର କରିଛି । ରିପୋର୍ଟ ଅନୁଯାୟୀ, ହେଲିକପ୍ଟର ଖସିଯିବା ମାତ୍ରେ ଜରୁରୀକାଳୀନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲିକପ୍ଟରରେ ୩ ଜଣ ଥିଲେ, ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ତେବେ ସେମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.