ଘୋଷଣା ହେଲା ଶ୍ରୀଲଙ୍କାର ଟେଷ୍ଟ ଦଳ: ଭାରତରେ ପହଞ୍ଚିଲା ସିଂହଳୀ, ଦୁଇ ଜଣଙ୍କୁ ଟି-୨୦ ଖେଳିବାର ସୁଯୋଗ

କଲମ୍ବୋ: ଭାରତ ଗସ୍ତରେ ଥିବା ଶ୍ରୀଲଙ୍କା ଦଳ ଟେଷ୍ଟ ସିରିଜ ପାଇଁ ଘୋଷଣା କରିଛି । ଭାରତ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଘୋଷଣା କରିଛି ୧୮ ଜଣିଆ ଟିମ । ତେବେ ଦଳ ଶୁକ୍ରବାର ଭାରତରେ ପହଞ୍ଚି ସାରିଛି । ଟେଷ୍ଟ ସିରିଜ ପାଇଁ ଦଳର ଅଧିନାୟକ ପଦରେ ରହିବେ ଦିମୁଥ କରୁଣାରତ୍ନେ । ସେହିପରି ଧନଞ୍ଜୟ ଡି ସିଲଭାଙ୍କୁ ଉପଅଧିନାୟକ ଦାୟିତ୍ୱ ଦେଇଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ୪ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ ।

ଟେଷ୍ଟ ସିରିଜ ପୂର୍ବରୁ ନିରୋଶନ ଡିକୱେଲା ଏବଂ ଧନଞ୍ଜୟ ଡି ସିଲଭାଙ୍କୁ ଟି-୨୦ ସିରିଜର ଶେଷ ଦୁଇଟି ମ୍ୟାଚ ପାଇଁ ଦଳରେ ସୁଯୋଗ ଦିଆଯାଇଛି । ଆହତ କୁସଲ ମେଣ୍ଡିସ ଏବଂ ମହୀଶ ତକ୍ଷୀଣାଙ୍କ ସ୍ଥାନରେ ଦଳରେ ସାମିଲ କରିଛି ଶ୍ରୀଲଙ୍କା । ପ୍ରଥମ ଟି-୨୦ ସିରିଜରେ ଦଳକୁ ୬୨ ରନର ବ୍ୟଧାନରେ ହରାଇଛି ଟିମ ଇଣ୍ହିଆ ତେଣୁ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ଦ୍ୱିତୀୟ ମ୍ୟାଚରେ ମଇଦାନକୁ ଓହ୍ଲାଇବ ଶ୍ରୀଲଙ୍କା ।

ଶ୍ରୀଲଙ୍କା ଟେଷ୍ଟ ଦଳ:
ଦିମୁଥ କରୁଣାରତ୍ନେ(ଅଧିନାୟକ), ଧନଞ୍ଜୟ ଡି ସିଲଭା(ଉପଅଧିନାୟକ), ପଥୁମ ନିଶାଙ୍କା, ଲାହିରୁ ଥିରିମାନେ, କୁଶଲ ମେଣ୍ଡିସ, ଆଞ୍ଜେଲୋ ମାଥ୍ୟୁସ, ଦିନେଶ ଚାନ୍ଦିମାଲ, ଚରିଥ ଅସଲଙ୍କା, ନିରୋଶନ ଡିକୱେଲା, ଚମିକା କରୁଣାରତ୍ନେ, ରମେଶ ମେଣ୍ଡିସ, ଲାହିରୁ କୁମାରା, ସୁରଙ୍ଗା ଲକମଲ, ଦୁଷ୍ମନ୍ତ ଚମୀରା, ବିଶ୍ୱା ଫର୍ଣ୍ଣାଣ୍ଡୋ, ଜେଫରୀ ୱେଣ୍ଡରସୀ, ପ୍ରବୀଣ ଜୟବିକ୍ରମା ଏବଂ ଲାସିଥ ଇମ୍ବୁଲଦେନିୟା ।