fbpx
BSKY SKY
BSKY SKY

ୟୁକ୍ରେନ ସୈନିକଙ୍କୁ ପୁତିନଙ୍କ ଆହ୍ୱାନ: ରୁଷ ସହିତ ଉତ୍ତମ ବୁଝାମଣା ପାଇଁ କ୍ଷମତା ହାସଲ କରିବାକୁ କଲେ ଡାକରା

BSKY

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଦେଇଛନ୍ତି ଆହ୍ୱାନ । ୟୁକ୍ରେନର ସୈନ୍ୟବାହିନୀକୁ କ୍ଷମତା ଦାଖଲ କରିବା ପାଇଁ ଡାକରା ଦେଇଛନ୍ତି ପୁତିନ । ରୁଷର ସୁରକ୍ଷା ପରିଷଦ ସହିତ ବୈଠକ ସମୟରେ ସେ ଏହି କଥା କହିଛନ୍ତି । ନବ ନାଜି ଏବଂ ନିଜର ପରିଜନ ଏବଂ ଗୁରୁଜନମାନଙ୍କୁ ଢାଲ ବ୍ୟବହାର ନ କରିବାକୁ ନିବେଦନ କରିଛନ୍ତି ପୁତିନ । କ୍ଷମତାକୁ ନିଜ ହାତକୁ ନେଲେ ଚୁକ୍ତି କରିବା ଉଭୟ ଦେଶ ପାଇଁ ସହଜ ହେବ ବୋଲି ପୁତିନ ଆହ୍ୱାନ ଦେଇଛନ୍ତି ।

ୟୁକ୍ରେନରେ ରୁଷର ସୈନ୍ୟ ବୀରତ୍ୱ ଏବଂ ବୃତ୍ତିଗତ ଭାବରେ ଦେଶର ସେବା କରୁଥିବା କହିଛନ୍ତି ପୁତିନ । ରୁଷର ସର୍ତ୍ତ ଅନୁଯାୟୀ ୟୁକ୍ରେନ ଯଦି ନିଜକୁ ସମର୍ପର କରେ, ତେବେ ଏହି ଯୁଦ୍ଧକୁ ଏହିଠାରେ ରୋକା ଯାଇ ପାରିବ । ଏହା ସହିତ ସେନାମାନଙ୍କୁ ମଧ୍ୟ ହତିଆର ଛାଡି ଅତ୍ମସମର୍ପଣ କରିବା ପାଇଁ ରୁଷ ଜିଦ ଧରିଛି । ଏହାପରେ ହିଁ ଆଲୋଚନା କରିବା ପାଇଁ ରାଜି ହେବ ବୋଲି କହିଛି ରୁଷ ।

Get real time updates directly on you device, subscribe now.