ଶସ୍ତା ହେବ ସୁନା: ଏହି ତାରିଖରେ ବିକ୍ରି ଆରମ୍ଭ କରିବେ ଭାରତ ସରକାର

ନୂଆଦିଲ୍ଳୀ: ସୁନା ବର୍ତ୍ତମାନ ମହଙ୍ଗ ଥିବା ବେଳେ ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଏହା ଆହୁରି ମହଙ୍ଗା ହେବାରେ ଲାଗିଛି । ତେବେ ଯଦି ଆପଣଙ୍କୁ ଏହି ସୁନା ଶସ୍ତାରେ ମିଳିବ ତାହେଲେ ଏହା ଗ୍ରାହକ ମାନଙ୍କୁ ନିଶ୍ଚୟ ଫାଇଦା ଦେବ । ଏହା ସହିତ ଯଦି ଏହା ଉପରେ ସରକାରୀ ସୁରକ୍ଷ ଓ ସୁଧ ମିଳିବ ତାହା ମଧ୍ୟ ଅତ୍ୟନ୍ତ ଚମକ୍ରାର । ଏମିତି ଏକ ସୁବିଧା ଲଞ୍ଚ କରିବାକୁ ଯାଉଛନ୍ତି ଭାରତ ସରକାର । ଆସନ୍ତା ଫେବୃୟାରୀ ୨୮ ତାରିଖରେ ସରକାରଙ୍କ ପକ୍ଷରୁ ଡିଜିଟାଲ ସୁନା ବା ସୋଭେରିନ୍ ଗୋଲ୍ଡ ବଣ୍ଡର ଦଶମ କିସ୍ତି ପ୍ରଦାନ କରାଯିବ । ଏହି ସମୟରେ ଆପଣ ସୁନାର ମୂଲ୍ୟରେ ସୋଭେରିନ୍ ଗୋଲ୍ଡ ବଣ୍ଡସ୍ କ୍ରୟ କରି ପାରିବେ । ସର୍ବନିମ୍ନ ଏକ ଏସଜିଏସ୍(ଏକ ଗ୍ରାମ ସୁନା) କିଣି ଆପଣ ଏହି ବଣ୍ଡ ହାସଲ କରିପାରିବେ । ବଜାର ଦର ଅନୁସାରେ ଏହି ବଣ୍ଡର ଦର ନିର୍ଦ୍ଧାରିତ ହୋଇଥାଏ । ତେଣୁ ବର୍ତ୍ତମାନ ସମୟରେ ଏହି ବଣ୍ଡରେ ନିବେଶ କଲେ ନିବେଶକ ଲାଭବାନ ହୋଇପାରିବେ । ଏହି ସୋଭେରିନ୍ ଗୋଲ୍ଡ ବଣ୍ଡ ଦ୍ୱାରା ଆପଣଙ୍କୁ ବାର୍ଷିକ ୨.୫ ପ୍ରତିଶତର ସୁଧ ମଧ୍ୟ ମିଳିଥାଏ । ଏହା ହେଉଛି ସୁନାରେ ନିବେଶ କରିବାର ଏକମାତ୍ର ମାଧ୍ୟମ ଯେଉଁଥିରେ ଆପଣଙ୍କୁ ଆରବିଆଇର ସୁରକ୍ଷା ସହିତ ସୁଧ ମିଳିଥାଏ । ଏହା ସହିତ ଏହି କ୍ରୟ ଉପରେ ଆୟକର ମଧ୍ୟ ଛାଡ କରାଯାଇଥାଏ ।

ଏହି ବଣ୍ଡଗୁଡିକ ସମସ୍ତ ବ୍ୟାଙ୍କ, ଷ୍ଟକ ହୋଲ୍ଡିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ବା ଏସଏଚସିଆରଏଲ, ଡାକଘର ବା ମାନ୍ୟତାପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ, ଏନଏସଇ ଓ ବିଏସଇ ମାଧ୍ୟମାରେ ବିକ୍ରି ହେବ । ଏହା ସହ ବଣ୍ଡର ଅବଧି ୮ ବର୍ଷ ରହିବ । ଆବେଦନ ଅତି କମରେ ୧ ଗ୍ରାମ ଓ ତାର ମଲଟିପଲରେ ଜାରି ହେବ । ବଣ୍ଡର ପ୍ରାଇସ୍ ଇଣ୍ଡିଆନ୍ ବୁଲିୟନ ଏବଂ ଜୁଏଲର୍ସ ଆସୋସିଏସନ୍ ନେଇଛି । ଆଇବିଜେଏ ଦ୍ୱାରା ୯୯୯ ଶୁଦ୍ଧତା ସୁନାକୁ କ୍ଲୋଜିଙ୍ଗ ମୂଲ୍ୟ ଆଧାରରେ ସ୍ଥିର କରାଯାଇଛି । ୨୦୧୫ ନଭେମ୍ବରରୁ ସରକାର ଏହି ସାର୍ବଭୌମ ଗୋଲ୍ଡ ବଣ୍ଡ ଯୋଜନା ଆରମ୍ଭ କରିଥିଲେ ।