ଯୁଦ୍ଧ ବେଳେ ଭୟଙ୍କର ନିଷ୍ପତ୍ତି ନେଲେ ୟୁକ୍ରେନ ଯବାନ: ବମ ବ୍ଲାଷ୍ଟରେ ନିଜକୁ ଉଡାଇ ଦେଲେ ସୈନିକ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ଯୁଦ୍ଧରେ ବଳି ପଡିବାରେ ଲାଗିଛି ଅନେକ ନାଗରିକ ଆଉ ସୈନିକଙ୍କ ମୂଲ୍ୟବାନ ଜୀବନ । କିନ୍ତୁ ଏହି ସମୟରେ ଏକ ଏମିତି ଖବର ଜାଣିବାକୁ ମିଳିଛି ଯାହାକୁ ଶୁଣିଲେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଦେଶର ଶତ୍ରୁକୁ ରକ୍ଷା କରୁଥିବା ଜଣେ ଯବାନ ବମ ବ୍ଲାଷ୍ଟରେ ନିଜକୁ ଉଡାଇ ଦେଇଥିବା ଜଣାପଡିଛି । ତେବେ କାହିଁକି ଏବଂ କେଉଁ ଭଳି ଭାବେ ସେ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ଆସନ୍ତୁ ଜାଣିବା ।

ୟୁକ୍ରେନ ସୀମା ଦେଇ ଦେଶକୁ ପ୍ରବେଶ କରୁଥିବା ରୁଷ ସେନାକୁ ଅଟକାଇବାକୁ ଯୋଜନା କରୁଥିଲା ୟୁକ୍ରେନ । ଏଥିପାଇଁ ଗୋଟିଏ ଉପାୟ ଥିଲା ରୁଷ ଅଧୀନରେ ଥିବା ପୋଲ କ୍ରିମିୟା ଯାହା ୟୁକ୍ରେନ ସହ ସଂଯୋଗ କରିବାର ଏକ ରାସ୍ତା, ତାହାକୁ ନଷ୍ଟ କରିବା । ସେଥିପାଇଁ ଏହି କାର୍ଯ୍ୟକୁ ନିଜ ମୁଣ୍ଡକୁ ନେଇଥିଲେ ୟୁକ୍ରେନ ଯବାନ ବିଟାଲି ସ୍କାକୁନ ଭୋଲୋଡିମିରୋବିଚ । ରୁଷ ଟ୍ୟାଙ୍କର ଆକ୍ରମଣ ପାଇଁ ଆଗଭର ହେବା ସମୟରେ କରୀନ ବାଟାଲିୟନ ଇଞ୍ଜିନିୟର ବିଟାଲି ସ୍କାକୁନ କ୍ରିମିୟା ବ୍ରିଜ ନଷ୍ଟ କରିବାକୁ ଯାଇଥିଲେ । କିନ୍ତୁ ସେ ଅନୁଭବ କରିଥିଲେ ଯେ ସେ ଘଟଣାସ୍ଥଳରୁ ସୁରକ୍ଷିତ ଫେରି ପାରିବେ ନାହିଁ । ତେଣୁ ବ୍ରିଜ ସହିତ ନିଜକୁ ମଧ୍ୟ ବ୍ଲାଷ୍ଟରେ ଉଡାଇ ଦେଇଥିଲେ ସ୍କାକୁନ । ଫଳରେ ରୁଷ ସେନାକୁ ଏକ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ପଡିଛି । ଯବାନଙ୍କର ଏପରି ନିଷ୍ପତ୍ତି ଏବଂ ସାହସିକତା ରୁଷ ଆକ୍ରମଣର ତୀବ୍ରତା କମାଇ ଦେଇଛି । ଯାହା ଫଳରେ ଦେଶକୁ ରୁଷ ବିପକ୍ଷରେ ସଜାଗ ହେବାକୁ ଅଧିକ ସମୟ ମିଳି ପାରିଲା । ଏ ନେଇ ୟୁକ୍ରେନ ସେନା ତରଫରୁ ପ୍ରକାଶ କରାଯାଇଛି ।