fbpx

ହାତରେ ରହିଥିଲେ ଏହି ରେଖା ବିବାହ ପରେ ଖୋଲିଯାଏ ଭାଗ୍ୟ, ଜାଣନ୍ତୁ କ’ଣ କହେ ହସ୍ତରେଖା ବିଜ୍ଞାନ

ହସ୍ତରେଖା ବିଜ୍ଞାନରେ ଭବିଷ୍ୟତ ଜୀବନ ବିଷୟରେ ସୂଚନା ମିଳିଥାଏ । ନିଜ ହାତରେ ଥିବା କିଛି ସଙ୍କେତ ଜରିଆରେ ଜାଣିପାରିବେ । ହସ୍ତରେଖା ବିଜ୍ଞାନରେ ବିବାହ ରେଖାକୁ ବହୁତ ଖାସ୍ ବୋଲି ବିଶ୍ୱାସ କରାଯାଏ । ହାତର ଛୋଟ ଆଙ୍ଗୁଳି ତଳେ ବୁଧ ପର୍ବତରେ ବାହାରକୁ ଯାଉଥିବା ରେଖାକୁ ବିବାହ ରେଖା କହିଥାନ୍ତି । କିଛି ଲୋକଙ୍କ ହାଥରେ ବିବାହ ରେଖା ସଂଖ୍ୟା ଅଧିକ ହୋଇଥାଏ । ଏହି ରେଖା ଉପରେ ଥିବା ଚିନ୍ହ ଦ୍ୱାରା ଜଣାପଡ଼ିଥାଏ ଯେ ଆପଣଙ୍କ ବୈବାହିକ ଜୀବନ କିଭଳି ହେବ ।

– ସୂର୍ଯ୍ୟ କ୍ଷେତ୍ର ପର୍ଯ୍ୟନ୍ତ ଯାଉଥିବା ବିବାହ ରେଖା ଶେଷରେ ନକ୍ଷତ୍ର ଚିହ୍ନ ହୋଇଥିଲେ, ଏମିତି ଲୋକଙ୍କ ବିବାହ ଉଚ୍ଚ କୁଳରେ ହୋଇଥାଏ । କୁହାଯାଏ ଏଭଳି ଜାତକଙ୍କ ଭାଗ୍ୟ ବିବାହ ପରେ ଖୋଲିଥାଏ । ଜୀବନସାଥୀଙ୍କୁ ପାଇବା ପରେ ଏଭଳି ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଥାଏ ଏବଂ ସେମାନେ ଖୁବ୍ ଉନ୍ନତି ମଧ୍ୟ କରିଥାନ୍ତି, ଏଭଳି ଲୋକଙ୍କ ଭାଗ୍ୟ ଉଜ୍ୱଳ ହୋଇଥାଏ ଏବଂ ଏମାନଙ୍କୁ ବୈବାହିକ ସୁଖର ଆନନ୍ଦ ମିଳିଥାଏ । ଏହି ଚିହ୍ନ ଜୀବନସାଥୀଙ୍କ ସହ ଉତ୍ତମ ବୁଝାମଣାକୁ ଦର୍ଶାଇଥାଏ ।

– ଯଦି କାହାର ହାତରେ ବିବାହ ରେଖା କୌଣସି ଦ୍ୱୀପ ଭଳି ଚିହ୍ନରେ ଯାଇ ଶେଷ ହୋଇଥାଏ ତେବେ ବିଶ୍ୱାସ କରାଯାଏ ଯେ ବିବାହ କୌଣସି ଚିହ୍ନା ପରିଚିତରେ ହୋଇପାରେ । କିମ୍ବା ପାଖରେ ଥିବା କୌଣସି ସମ୍ପର୍କ ମଧ୍ୟରେ ହୋଇପାରେ । ସେହିଭଳି ଯଦି ବିବାହ ରେଖା ମଧ୍ୟରେ ଦ୍ୱୀପ ଭଳି ଚିହ୍ନ ରହିଥାଏ ତେବେ ଏହାଦ୍ୱାରା ଜଣାଯାଏ ଯେ ବୈବାହିକ ଜୀବନରେ ଅସୁବିଧା ଆସିପାରେ ।

– କିନ୍ତୁ ଯଦି କାହାର ହାତରେ ବିବାହ ରେଖାରେ କ୍ରସ୍ ଚିହ୍ନ ଦେଖାଯାଏ ତେବେ ଏହାକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ । ଏମିତିରେ ଏହି ଚିହ୍ନ ବିବାହ ବିଚ୍ଛେଦ କିମ୍ବା ମୃତ୍ୟୁ ସଙ୍କେତ ଭଳି ଅଶୁଭ ସଙ୍କେତ ଦେଇଥାଏ ବୋଲି ବିଶ୍ୱାସ କରାଯାଏ ।

Get real time updates directly on you device, subscribe now.