fbpx
BJD
BJD SKY
BJD SKY

କେତେ ଦିନ ପାଇଁ ପିନ୍ଧିବେ କଲାୱା ? ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜାଣନ୍ତୁ କ’ଣ ରହିଛି କଲାୱା ସହ ଜଡ଼ିତ ନିୟମ

ଓଡ଼ିଶା ଭାସ୍କର: ହିନ୍ଦୁ ପରମ୍ପରାରେ ପୂଜାପାଠ ର ବିଶେଷ ମହତ୍ୱ ରହିଛି । ଯେକୌଣସି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ କଲାୱା/ମୌଲି (ହାତରେ ବନ୍ଧାଯାଉଥିବା ନାଲି ସୂତା)ର ବ୍ୟବହାର ହୋଇଥାଏ । ଏହାକୁ ଦେବୀ ଦେବତାଙ୍କୁ ଅର୍ପଣ କରିବା ପରେ ରକ୍ଷାସୂତ୍ର ଭାବେ ହାତରେ ବନ୍ଧାଯାଏ । କଲାୱାକୁ ହାତରେ ବାନ୍ଧିବା ଦ୍ୱାରା ଦେବୀ ଦେବତାଙ୍କ କୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସଠିକ୍ ନିୟମ ଅନୁସରଣ କରି ହାତରେ କଲାୱା ବାନ୍ଧିଲେ ଏହାର ଲାଭ ମିଳିଥାଏ । ଏହା ବ୍ୟତୀତ ହାତରେ କଲାୱା ବାନ୍ଧିବା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଶରୀର ସଂରଚନାର ପ୍ରମୁଖ ନିୟନ୍ତ୍ରଣ ବ୍ୟକ୍ତିର ମଣିବନ୍ଧ(wrist)ରେ ରହିଛି । ତେଣୁ ମଣିବନ୍ଧରେ ମୌଲି ବାନ୍ଧିବା ଏକ୍ୟୁପ୍ରେସର ଭଳି କାର୍ଯ୍ୟ କରିଥାଏ । ଏହା ହୃଦ୍‌ରୋଗ, ମଧୁମେହ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ହାତରେ କଲାୱା ବାନ୍ଧିବା ଏବଂ କାଢ଼ିବାକୁ ନେଇ କ’ଣ ନିୟମ ରହିଛି ।

କେଉଁ ହାତରେ ଏବଂ କିପରି ବାନ୍ଧିବେ କଲାୱା ?

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଅବିବାହିତ ପୁରଷ ଏବଂ ମହିଳାଙ୍କୁ ଡାହାଣ ହାତ ଏବଂ ବିବାହିତ ମହିଳା ଏବଂ ପୁରୁଷଙ୍କୁ ବାମ ହାତରେ କଲାୱା ବାନ୍ଧିବା ଉଚିତ । ସବୁବେଳେ କୌଣସି ଯୋଗ୍ୟ ବ୍ରାହ୍ମଣ କିମ୍ବା ବୟସ୍କ ବ୍ୟକ୍ତିଙ୍କ ଠାରୁ ହାତରେ କଲାୱା ବାନ୍ଧିବା ଉଚିତ । ଏହା ସହ ମନ୍ତ୍ରୋଉଚ୍ଚାରଣ କରି କଲାୱା ବାନ୍ଧିବା ଉଚିତ । ପୁରୁଷ ଏବଂ ମହିଳା ଯେଉଁ ହାତରେ କଲାୱା ବାନ୍ଧୁଥିବେ ସେହି ହାତରେ ମୁଦ୍ରା କିମ୍ବା ନୋଟ୍ ମୁଠା କରି ଧରିବା ସହ ଦ୍ୱିତୀୟ ହାତ ମଥା ଉପରେ ରଟ୍ୱା ଉଚିତ । ହାତରେ ୩, ୫ ଏବଂ ୭ ଥର କଲାୱା ଗୁଡ଼ାଇ ବାନ୍ଧିବା ଉଚିତ । ଏହା ପରେ ହାତରେ ଥିବା ଅର୍ଥ ଦକ୍ଷିଣା ଆକାରରେ ସେହି ବ୍ୟକ୍ତିଙ୍କୁ ଦାନ କରନ୍ତୁ ।

ଅଧିକାଂଶ ସମୟରେ ହାତରେ ବନ୍ଧାଯାଇଥିବା କଲାୱା ପୁରୁଣା ହେଲେ ଏହାକୁ ବଦଳାଇବା ପାଇଁ ଭୁଲି ଯାଇଥାଉ । ଏଭଳି ସ୍ଥିତିରେ ହାତରେ ବନ୍ଧାଯାଇଥିବା ରକ୍ଷାସୂତ୍ରର ପ୍ରଭାବ ହ୍ରାସ ହୋଇଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସାଧାରଣତଃ ୨୧ ଦିନ ପର୍ଯ୍ୟନ୍ତ ହାତରେ କଲାୱା ପିନ୍ଧିବା ଉଚିତ । ଫିକା ପଡ଼ିଯାଇଥିବା କଲାୱା ଅଶୁଭ ଅଟେ ବୋଲି ବିଶ୍ୱାସ ରହିଛି । ଏହା ଦ୍ୱାରା ନକାରାତ୍ମକତା ବୃଦ୍ଧି ପାଇଥାଏ ।

କଲାୱା ବଦଳାଇବାର ନିୟମ: ହାତରେ ବନ୍ଧା ଯାଇଥିବା କଲାୱା/ରକ୍ଷାସୂତ୍ର କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ ଖୋଲିବା ଉଚିତ । ଏହାକୁ ଖୋଲିବା ପରେ ପୂଜା ଘରେ ଦ୍ୱିତୀୟ କଲାୱା ବାନ୍ଧିବା ଉଚିତ । ପୁରୁଣା କଲାୱାକୁ ଓସ୍ତ ଗଛ ମୂଳେ କିମ୍ବା ଜଳରେ ପ୍ରବାହିତ କରିବା ଉଚିତ ।

Get real time updates directly on you device, subscribe now.