fbpx
BJD SKY
BJD SKY

(Video) ଚାହୁଁ ଚାହୁଁ ଆଖି ଆଗରେ ଉଭେଇଗଲା ବିଶାଳ ଝରଣା ‘ଗଣ୍ଡାହାତୀ’; ଏମିତି ଦୃଶ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ

BJD

ଗଜପତି: (ଓଡ଼ିଶା ଭାସ୍କର) ଚାହୁଁ ଚାହିଁ ଆଖି ଆଗରେ ଉଭେଇଗଲା ବିଶାଳ ଝରଣା। ଗଜପତିର ଗଣ୍ଡାହାତୀରୁ ଝରଣା ପଛକୁ ଉଠି ପଳାଇଲା । ବୁଲିବାକୁ ଆସିଥିଲେ ଲୋକେ ଏମିତି ଦୃଶ୍ୟ ଦେଖି ପୁରା ଆଶ୍ଚର୍ଯ୍ୟ। ଗମ ଗମ ହୋଇ ବହୁଥିବା ଝରଣା ଏବେ ପୁରା ଉଭେଇ ଯାଇଛି । ପ୍ରଚଣ୍ଡ ଶବ୍ଦ କରି ବହୁଥିବା ଝରଣାରୁ ପାଣି ଆଉ ଝରଉ ନାହିଁ । ଆଖି ଆଗରେ ପୁରା ସୁଖି ଯାଇଛି ଝରଣା । ସୁଖିଲା ପଥର ଭଳି ଦେଖା ଯାଉଛି ଝରଣା ଗଣ୍ଡା ହାତୀ । ଯାହାକୁ ଦେଖି ସମସ୍ତେ ପୁରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କେବେ ହେଲେ ଏମିତି ହୋଇନଥିଲା । ପ୍ରଥମ ଥର ପାଇଁ ଗଜପତୀର ଗଣ୍ଡା ହାତୀରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ।

ଏ ଦୃଶ୍ୟ ଆପଣ ମାନଙ୍କୁ ଯେତିକି ଚକିତ କରିଛି ଆମକୁ ମଧ୍ୟ ସେମିତି ଚକିତ କରି ଦେଇଛି । ଝରଣା ପୁରା ଶୁଖି ଯାଇଛି । ଯେଉଁ ଝରଣାରେ ଅକାତ କାତ ପାଣିଥିଲା ସେଥିରେ ଏବେ ତିଳେ ମାତ୍ର ବି ପାଣି ନାହିଁ । ଏ ଦୃଶ୍ୟ ଅତି ଭୟଙ୍କର ସ୍ଥିତିର ପୂର୍ବାଭାଷ ବୋଲି ମନେ ହେଉଛି । ଏମିତି ଲାଗୁଛି ଯେମିତି ବିପଦ ମାଡ଼ି ମାଡ଼ି ଆସିଲାଣି । ଯଦି ଦେଖିବା ୨୦୨୪ ର ଖରା ସବୁ ବର୍ଷକୁ କାଟି ଦେଇଛି । ପ୍ରଚଣ୍ଡ ଖରାରେ ସିଝୁଛି ପୁରା ଓଡ଼ିଶା । ଆଉ ଖରାର ପ୍ରଭାବ ଗଣ୍ଡାହାତୀ ଉପରେ ପଡ଼ିଛି । ଏମିତି ୨୦୨୪ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଏହାପୂର୍ବରୁ ଏମିତି କେବେ ହେଲେ ହୋଇନଥିଲା । ଗଜପତିର ଇତିାହାସରେ ଏହା ପ୍ରଥମ । ଯାହା ସୂଚାଇ ଦେଇଉଛି ଜଳବାୟୂ ପରିବର୍ତ୍ତନର ଭୟାବହତାକୁ ।

Get real time updates directly on you device, subscribe now.