fbpx
BJD SKY
BJD SKY

(video)ଲଣ୍ଡନ ସଡକ ଉପରେ ଖେଳିଗଲା ଆତଙ୍କ, ଖଣ୍ଡା ଧରି ଲୋକଙ୍କୁ ଅତର୍କିତ ଆକ୍ରମଣ କଲା ଯୁବକ

BJD

ଲଣ୍ଡନ: ଲଣ୍ଡନର ଉତ୍ତରପୂର୍ବ ହେନଲ୍ଟ ସହରରେ ମେଟ୍ରୋପଲିଟାନ ପୋଲିସ ଏପରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ କି ହାତରେ ଏକ ଖଣ୍ଡା ଧରି ବହୁ ଲୋକଙ୍କୁ ଆକ୍ରମଣ କରି ଆହତ କରିଛି । ପୋଲିସ କହିଛି ଏହି ମାମଲାରେ ୩୬ ବର୍ଷୀୟ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ତେବେ ଏହି ଘଟଣା କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ ନୁହେଁ ବୋଲି ପୋଲିସ ଅନୁମାନ କରୁଛି ।

ଏହି ଘଟଣାରେ ଏକାଧିକ ସାଧାରଣ ଜନତା ଆହତ ହେବା ସହ ୨ ଜଣ ପୋଲିସ ଅଫିସର ବି ଆହତ ହୋଇଛନ୍ତି । ସୋସିଆଲ ମିଡିଆରେ ଏହାର ଚିତ୍ର ଏବେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ଯୁବକ ହାତରେ ଖଣ୍ଡା ଧରି ରାସ୍ତାରେ ବୁଲୁଛି ।
ବ୍ରିଟେନର ଗୃହ ମନ୍ତ୍ରୀ ଜେମ୍ସ କ୍ଲେଭରଲୀ କହିଛନ୍ତି ଆଜି ସକାଳେ ବ୍ରିଟେନର ହେନଲ୍ଟ ଅଞ୍ଚଳରେ ଘଟିଥିବା ଘଟଣା ଉପରେ ଆମେ ତୀକ୍ଷ୍ଣ ନଜର ରଖିିଛୁ ।

ଉତ୍ତରପୂର୍ବ ଲଣ୍ଡନର ଟ୍ୟୁବ୍ ଷ୍ଟେସନରେ ଏହି ଘଟଣା ନଜରକୁ ଆସିଛି । ପ୍ରଥମେ ଏହି ଯୁବକ ଜଣକ ଥରଲୋ ଗାର୍ଡେନସ୍ ନିକଟରେ ଥିବା ଏକ ଘର ମଧ୍ୟକୁ ଏକ ଗାଡି ପୁରାଇ ଦେଇଥିଲେ ଓ ଏହାପରେ ସେ ଏହି ଘଟଣା ଭିଆଇଥିଲେ ।

Get real time updates directly on you device, subscribe now.