fbpx
BJD
BJD SKY
BJD SKY

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଭାରତୀୟ ଟିମ୍‌, କ୍ୟାପଟେନ- ରୋହିତ ଶର୍ମା, ଫେରିଲେ ରିଷଭ ପନ୍ଥ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱ କପ ପାଇଁ ଭାରତୀୟ ଟିମର ଘୋଷଣା କରାଯାଇଛି । ମଙ୍ଗଳବାର ୩୦ ଏପ୍ରିଲରେ ଅହମଦାବାଦରେ ହୋଇଥିବା ବୈଠକରେ ୧୫ ଜଣିଆ ସଦସ୍ୟ ବିଶିଷ୍ଟ ଟିମର ଘୋଷଣା କରାଯାଇଛି । ବିସିସିଆଇ ସଚ୍ଚିବ ଜୟ ଶାହ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜୀତ ଅଗରକର ଦ୍ୱିପ୍ରହରରେ ହୋଟେଲରେ ପହଁଚିଥିଲେ । ଏହା ପୂର୍ବରୁ ଭାରତୀୟ କ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ଅଗରକର ଦିଲ୍ଲୀରେ ଭେଟିଥିଲେ । ଆଇସିସି ଟି-୨୦ ବିଶ୍ୱ କପ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ୧ ରୁ ୨୯ ଜୁନ ପର୍ଯ୍ୟନ୍ତ ଖେଳାଯିବ ବୋଲି ଆୟୋଜନ ହୋଇଛି ।

ଟି-୨୦ ବିଶ୍ୱ କପ ୨୦୨୪ର ଭାରତୀୟ ଟିମ: ରୋହିତ ଶର୍ମା(କ୍ୟାପ୍ଟେନ), ଯଶସ୍ୱୀ ଜୟଶୱାଲ, ବିରାଟ କୋହଲୀ, ରିଷଭ ପନ୍ଥ(ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସେମସନ, ଶିଭମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା(ଉପାଧୀନାୟକ), ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ଜସପ୍ରୀତ ବୁମରାହ, ଅର୍ଶଦୀପ ସିଂହ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ । ଅତିରିକ୍ତ ଖେଳାଳି: ଶୁଭମନ ଗିଲ, ରିଙ୍କୁ ସିଂହ, ଖଲୀଲ ଅହମଦ ଏବଂ ଆବେଶ ଖାନ ।

 

Get real time updates directly on you device, subscribe now.