fbpx
BJD SKY
BJD SKY

ମନୀଷ ସିସୋଦିଆଙ୍କୁ କୋର୍ଟଙ୍କ ଠାରୁ ମିଳିଲା ଝଟକା, ଦ୍ୱିତୀୟ ଥର ମଧ୍ୟ ଖାରଜ ହେଲା ଜାମିନ

BJD

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ କରାଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ ଏଭେନ୍ୟୁ କୋର୍ଟଙ୍କ ଠାରୁ ଏକ ବଡ଼ ଝଟକା ମିଳିଛି । ସେ ମଙ୍ଗଳବାର ଦିନ ଜାମିନ ପିଟିସନକୁ ଖାରଜ କରିଛନ୍ତି । ଏହି ମନୀଷ ସିସୋଦିଆଙ୍କ ଦ୍ୱିତୀୟ ଜାମିନ ପିଟିସନ ଥିଲା, ଏହା ପୂର୍ବରୁ ମଧ୍ୟ ନିମ୍ନ ଅଦାଲତ ଠାରୁ ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମନୀଷ ସିସୋଦିଆଙ୍କୁ ଜାମିନ ଦେବା ଲାଗି ମନା କରାଯାଇଛି ।

ଜାମିନ ପାଇଁ ଯୁକ୍ତି ସମୟରେ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଥିଲେ ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଟନ୍ତି । ସେହିପରି ସିବିଆଇ କହିଥିଲା ଯେ, ମନୀଷ ସିସୋଦିଆ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଯଦି ତାଙ୍କୁ ଜାମିନ ମିଳୁଛି ତେବେ ସେ ପ୍ରମାଣ ନଷ୍ଟ କରିବା ସହ ସାକ୍ଷୀଙ୍କୁ ମଧ୍ୟ ପ୍ରଭାବିତ କରିପାରିବେ ନାହିଁ ।

Get real time updates directly on you device, subscribe now.