fbpx
BJD
BJD SKY
BJD SKY

ଗରମ ଦିନେ ଅଣ୍ଡା ଖାଉଛନ୍ତି କି? ଜାଣନ୍ତୁ ଖାଦ୍ୟ ବିଶେଷଜ୍ଞ କ’ଣ କହୁଛନ୍ତି

ଓଡ଼ିଶା ଭାସ୍କର: ଅଣ୍ଡା ଏପରି ଏକ ଖାଦ୍ୟ ଯାହା ସମସ୍ତଙ୍କୁ ଖାଇବାକୁ ପସନ୍ଦ ଲାଗେ । ସେ ସିଝା ଅଣ୍ଡା ହେଉ, ଓମଲେଟ୍ ହେଉ କି ଅଣ୍ଡା ତରକାରୀ । ବହୁ ଲୋକ ନିଜ ବ୍ରେକଫାଷ୍ଟରେ ବି ଅଣ୍ଡାକୁ ସାମିଲ କରିଥାନ୍ତି । ଏହା ପ୍ରୋଟିନର ଏକ ଉତ୍ତମ ଉତ୍ସ ହୋଇଥିବାରୁ ଏହାକୁ ଶକ୍ତିର ପାୱାରହାଉସ୍ କୁହାଯାଏ । ଭିଟାମିନ୍ ବି୨, ଭିଟାମିନ୍ ବି ୧୨, ଭିଟାମିନ୍ ଡି, ସେଲେନିୟମ ଓ ଆୟୋଡିନ୍,ଭିଟାମିନ୍ ଏ, ଫୋଲେଟ୍ , ବାୟୋଟିନ୍ରେ ଭରପୁର ହୋଇଥିବା କାରଣରୁ ଏହା ସବୁଠାରୁ ଅଧିକ ପୁଷ୍ଟିକାରକ ଓ ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟ ଭାବରେ ବିବେଚିତ ।
ଏହାର ସ୍ୱଭାବ ଗରମ ହୋଇଥିବାରୁ ଥଣ୍ଡାଦିନେ ଏହାକୁ ଅଧିକ ଖିଆଯାଏ । କିନ୍ତୁ ଗରମ ଦିନେ ଏହା ଖାଇବା ଉଚିତ କି ନା ଏହାକୁ ନେଇ ବହୁ ଲୋକ ଦ୍ୱନ୍ଦ୍ୱରେ ରହିଥାନ୍ତି । ଏ ସଂପର୍କରେ ବିଶେଷଜ୍ଞ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ।

ବିଶେଷଜ୍ଞଙ୍କ ମତରେ ଅଣ୍ଡା ଏକ ସୁପରଫୁଡ୍ । ଏହା ପ୍ରତିଦିନ ଖାଇବା ଉଚିତ । ତେବେ ଏହାର ସ୍ୱଭାବ ଗରମ ହୋଇଥିବାରୁ ଏହାକୁ ଗରମ ଦିନେ ଖାଇବା ଅନୁଚିତ ବୋଲି ଯେଉଁ ଧାରଣା ରହିଛି ତାହା ସଂପୂର୍ଣ୍ଣ ଭୁଲ୍ ବୋଲି କହିଛନ୍ତି ବିଶେଷଜ୍ଞ । ସବୁ ଋତୁରେ ଅଣ୍ଡା ଖାଇହେବ ବୋଲି କହିଛନ୍ତି ବିଶେଷଜ୍ଞ । ଅନ୍ୟପକ୍ଷରେ ଅଣ୍ଡା ଆମକୁ ଗରମକୁ ସାମ୍ନା କରିବାକୁ ବି ସାହାଯ୍ୟ କରିଥାଏ କାରଣ ଏଥିରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ରହିଛି ଯାହା ଆମ ସଂପୂର୍ଣ୍ଣ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିଥାଏ । ବିଶେଷଜ୍ଞଙ୍କ ମତରେ ଆମେ ପ୍ରତିଦିନ ୨ଟି ଅଣ୍ଡା ଖାଇବା ଉଚିତ । ଏହା ବ୍ୟତିତ ଆମ ଡାଏଟ୍ରେ ଆବଶ୍ୟକ ମାତ୍ରାରେ ପାଣି, ଫଳ ଓ ସବୁଜ ପନିପରିବା ବି ସାମିଲ କରିବା ଉଚିତ ।

 

Get real time updates directly on you device, subscribe now.