fbpx
BJD
BJD SKY
BJD SKY

(Video): RJDରୁ ଇସ୍ତଫା ଦେଲେ ବାହୁବଳୀ ନେତା ରାମା କିଶୋର ସିଂହ, ଜାଣନ୍ତୁ ଇସ୍ତଫା ପଛର କ’ଣ ରହିଛି କାରଣ

ପାଟନା: ଲୋକସଭା ନିର୍ବାଚନକୁ ନେଇ ବିହାର ରାଜନୀତି ବେଶ୍ ସରଗରମ । ଏଥିମଧ୍ୟରେ RJDର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ଲାଗିଛି ବଡ଼ ଝଟକା । ବିହାରର ବୈଶାଳୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ ତଥା ବାହୁବଳୀ ନେତା ରାମା କିଶୋର ସିଂହ ଆଜି RJDରୁ ଇସ୍ତଫା ଦେଇଛନ୍ତି । ଏହା ସହ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଲାଲୁ ପ୍ରସାଦ ଯାଦବଙ୍କ ନିକଟକୁ ପଠାଇଛନ୍ତି । ତେବେ ଦଳ ପକ୍ଷରୁ ତାଙ୍କର ଟିକେଟ କଟିଯିବା ନେଇ ସେ ଅସନ୍ତୁଷ୍ଟ ଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ବୁଧବାର ପୂର୍ବତନ ସାଂସଦ ରାମ ବିଲାସ ପାସୱାନଙ୍କ ଲୋକ ଜନଶକ୍ତି ଦଳ(ରାମ ବିଲାସ)ରେ ଯୋଗ ଦେଇପାରନ୍ତି । ଏନେଇ ଏଏନ୍‌ଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

ବୈଶାଳୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ ତଥା ବାହୁବଳୀ ନେତା ରାମା କିଶୋର ସିଂହ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ‘RJDର ନୀତି କାରଣରୁ ମୁଁ ଇସ୍ତଫା ଦେଇଛି । ଜଣେ ବିଧାୟକ ଏବଂ ସାଂସଦ ଭାବରେ ଦଳରେ କାର୍ଯ୍ୟ କରିଥିଲି । ଆମେ ଏକ ନୂତନ ଯୁବ ଚେହେରା ଦେଖିଥିଲୁ ଏବଂ ବିହାର ବିକାଶର ସମ୍ଭାବନା ଦେଖିଥିଲୁ । କିନ୍ତୁ ଅଳ୍ପ ସମୟ ମଧ୍ୟରେ ମୁଁ ଅନୁଭବ କଲି ଯେ ଦଳର ନୀତି ମୋ ମତ ବିରୋଧରେ ଥିଲା । ମୁଁ ରାଜନୀତିରେ ଅଛି ଏବଂ ସ୍ୱାଭାବିକ ଭାବେ ଜଣେ ବିଧାୟକ କିମ୍ବା ସାଂସଦ ଭାବେ ଟିକେଟ୍ ଆଶା କରୁଛି । ପର୍ବରୁ ମୁଁ ଅନେକ RJD ନେତାଙ୍କୁ ପରାସ୍ତ କରିଛି । ଆସନ୍ତାକାଲି ମୁଁ ମୋ ଭବିଷ୍ୟ ଯୋଜନା ବିଷୟରେ ସୂଚନା ଦେବି ।’

Get real time updates directly on you device, subscribe now.