fbpx
BJD SKY
BJD SKY

ନିର୍ବାଚନ ପୂର୍ବରୁ କାହିଁକି କେଜ୍ରିୱାଲଙ୍କୁ ଗିରଫ କଲ? ଇଡିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

BJD

ନୂଆଦିଲ୍ଲୀ: ଇଡି ଦ୍ୱାରା ନିଜ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଯାଚିକା ଉପରେ ମଙ୍ଗଳବାର ଅର୍ଥାତ୍ ଆଜି ଶୁଣାଣୀ ହୋଇଥିଲା । ଏହି ମାମଲାରେ କୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀର ସମୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ସାଧାରଣ ନିର୍ବାଚନ ଠିକ୍ ପୂର୍ବରୁ କାହିଁକି କେଜ୍ରିୱାଲଙ୍କୁ ଗିରଫ କରାଗଲା ସେ ନେଇ ସୁପ୍ରିମକୋର୍ଟ ଇଡିକୁ ଜବାବ ମାଗିଛନ୍ତି । ଶୁକ୍ରବାର ସୁଦ୍ଧା ଏହାର ଜବାବ ଦେବାକୁ କୋର୍ଟ କହିଛନ୍ତି ।

ବିଚାରପତି ସଞ୍ଜୀବ ଖାନ୍ନା ଓ ବିଚାରପତି ଦୀପାଙ୍କର ଦତ୍ତଙ୍କ ପୀଠ ଶୁଣାଣୀ ସମୟରେ ଅତିରିକ୍ତ ସଲିସିଟର ଜେନେରାଲ୍ ଏସ୍ଭି ରାଜୁଙ୍କୁ କହିଛନ୍ତି, ସ୍ୱତନ୍ତ୍ରତା ବହୁତ ମହତ୍ତ୍ୱପୂର୍ଣ୍ଣ । ଆପଣ ଏହାକୁ ଅସ୍ୱୀକାର କରିପାରିବେ ନାହିଁ । ଆମର ପ୍ରଶ୍ନ ଗିରଫଦାରୀର ସମୟକୁ ନେଇ ରହିଛି । ଯେଉଁ ବିଷୟରେ ସେ ଯାଚିକାରେ ଉଲ୍ଲେଖ କରିଛନ୍ତି । ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ କାହିଁକି ତାଙ୍କୁ ଗିରଫ କରାଗଲା ।

ପୀଠ ରାଜୁଙ୍କୁ ବହୁ ଅନ୍ୟ ପ୍ରଶ୍ନ ବି କରିଥିଲେ ଓ ଶୁଣାଣୀର ଆଗାମୀ ତାରିଖ ପର୍ଯ୍ୟନ୍ତ ଇଡିକୁ ଜବାବ ରଖିବାକୁ କହିଥିଲେ । ଏହି ମାମଲାରେ ଶୁକ୍ରବାର ଶୁଣାଣୀ ହେବ । ଏହି ମାମଲାରେ ଲାଗାତର ଦ୍ୱିତୀୟ ଦିନ ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଥିଲା । କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘବୀ ପକ୍ଷ ରଖିଥିଲେ ।

Get real time updates directly on you device, subscribe now.