fbpx
BJD SKY
BJD SKY

ଆମେଥିରୁ ପୁଣି ମିଳିଲା ଅଣ ଗାନ୍ଧୀଙ୍କୁ ଟିକେଟ, ଜାଣନ୍ତୁ କେଏଲ ରାହୁଲଙ୍କୁ କାହିଁକି କରାଗଲା ଚୟନ

BJD

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ବର୍ତ୍ତମାନ ସସପେନ୍ସ ସରିଛି ଏବଂ କଂଗ୍ରେସ ଉତ୍ତର ପ୍ରଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆସନ, ରାୟବରେଲୀ ଏବଂ ଆମେଥିରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଯେଉଁଠାରେ ରାୟବରେଲୀରୁ ରାହୁଲ ଗାନ୍ଧୀ ନିର୍ବାଚନ ଲଢିବେ ଏବଂ ଅନ୍ୟପଟେ ଆମେଥିରୁ ସୋନିଆ ଗାନ୍ଧୀଙ୍କ ବିଶ୍ୱସ୍ତ କେଏଲ ଶର୍ମାଙ୍କୁ ଟିକେଟ ଦିଆଯାଇଛି । ଏହି ଦୁଇଟି ଲୋକସଭା ଆସନରେ ପଞ୍ଚମ ପର୍ଯ୍ୟାୟରେ ଭୋଟିଂ ହେବ । ନାମାଙ୍କନର ଆଜି ଶେଷ ତାରିଖ ଥିଲା ଏବଂ କଂଗ୍ରେସ ପକ୍ଷରୁ ଆଜି ହିଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ଏବେ ପ୍ରଶ୍ନ ଆସୁଛି ଯେ, କିଛି ଦିନ ତଳେ ଖବର ଆସୁଥିଲା ଯେ, ଆମେଥିରେ ରାହୁଲ ଗାନ୍ଧୀ ପ୍ରାର୍ଥୀ ହେବେ କିନ୍ତୁ ବର୍ତ୍ତମାନ କଂଗ୍ରେସ କାହିଁକି ଆମେଥିରେ କେଏଲ ରାହୁଲଙ୍କୁ ଟିକେଟ ଦେଇଛି । ରାୟବରେଲି ବହୁ ସମୟରୁ ଗାନ୍ଧୀ ପରିବାରର ଗଡ ରହିଆସିଛି । ତେବେ ଆମେଥିରେ କାହିଁକି ଅଣ ଗାନ୍ଧୀଙ୍କୁ ପ୍ରାର୍ଥୀ ରୂପେ ଚୟନ କଲା କଂଗ୍ରେସ । ଆସନ୍ତୁ ଜାଣିବା ଏହି ବିଷୟରେ..

ବିଶେଷଜ୍ଞଙ୍କ କହିବାନୁଯାୟୀ, ପାର୍ଟୀ କେଏଲ ରାହୁଲଙ୍କୁ ଟିକେଟ ଦେଇ ନିଜ ପୁରୁଣା ପରମ୍ପରାକୁ ଫେରିବାକୁ ଚାହୁଁଛି । ଯଦି ରାଜନୀତି ଇତିହାସକୁ ଦେଖିବା ତେବେ ୧୯୯୦ ମସିହାରେ କିଛି ଏପରି ଘଟଣା ଘଟିଥିଲା । ୧୯୯୧ ପର୍ଯ୍ୟନ୍ତ ରାଜୀବ ଗାନ୍ଧୀ ଏଠାରେ ସାଂସଦ ଥିଲେ । ହେଲେ ତାଙ୍କ ପରଲୋକ ଯୋଗୁଁ ଉପନିର୍ବାଚନରେ ପାର୍ଟୀ ସତୀଶ ଶର୍ମାଙ୍କୁ ପ୍ରାର୍ଥୀ ରୂପେ ଚୟନ କରିଥିଲା । ସତୀଶ ଶର୍ମା ଏହି ଆସନରେ ୧୯୯୬ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ । ହେଲେ ୧୯୯୮ର ନିର୍ବାଚନରେ ସେ ବିଜେପିର ସଞ୍ଜୟ ସିଂହଙ୍କ ଦ୍ୱାରା ପରାଜିତ ହୋଇଥିଲେ ।

ଏହାପରେ ୧୯୯୯ ସମିହାରେ ଯେତେବେଳେ ଲୋକସଭା ନିର୍ବାଚନ ହୋଇଥିଲା ସେତେବେଳେ ଆଠ ବର୍ଷ ପରେ ଗାନ୍ଧୀ ପରିବାରର ସଦସ୍ୟ ଆମେଥିକୁ ଫେରିଥିଲେ । ସେତେବେଳେ ସୋନିଆ ଗାନ୍ଧୀଙ୍କୁ ପ୍ରାର୍ଥୀ ରୂପେ ଚୟନ କରାଯାଇଥିଲା । ୨୦୦୪ ମସିହାରେ ରାହୁଲ ଗାନ୍ଧୀ ଆମେଥିରେ ନିଜେ ରାଜନୀତି ପର୍ଯ୍ୟାୟ ଆରମ୍ଭ କରିଥିଲେ । ରାହୁଲ ପ୍ରଥମ ନିର୍ବାଚନରେ ଜିତି ଥିଲେ । ୨୦୧୯ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଏଠାରେ ସାଂସଦ ଥିଲେ । ହେଲେ ୨୦୧୯ ନିର୍ବାଚନରେ ସ୍ମୃତି ଇରାନୀ ତାଙ୍କୁ ୫୫ ହଜାର ଭୋଟରେ ପରାସ୍ତ କରିଥିଲେ ।

କିଶୋରୀ ଲାଲ ଶର୍ମା ସୋନିଆ ଗାନ୍ଧୀଙ୍କ ପାଖ ନେତା ଭାବେ ଜଣାଶୁଣା । ସେ ପଞ୍ଜାବ ବାସିନ୍ଦା ଅଟନ୍ତି । ହେଲେ ସେ ଅନେକ ସମୟରୁ ରାୟବରେଲୀରେ ସୋନିଆ ଗାନ୍ଧୀଙ୍କ ସାଂସଦ ପ୍ରତିନିଧି ଭାବେ କାମ କରିଆସୁଛନ୍ତି । ପାଖାପାଖି ୪ ଦଶନ୍ଧି ଧରି ଆମେଥି, ରାୟବରେଲୀ ସଂଗଠନର କାମ ଏଲ ଶର୍ମା କରିଆସୁଛନ୍ତି । ସେ ଏଠାରେ ପ୍ରତ୍ୟେକ ଗଳିକୁ ଜାଣିଛନ୍ତି । ରାଜୀବ ଗାନ୍ଧୀଙ୍କ ଯୁଗରେ ସେ ସରକାରଙ୍କ କାମ ପ୍ରଚାର ପ୍ରସାର କରିବା ପାଇଁ ତାଙ୍କୁ ୟୁପି ପଠାଯାଇଥିଲା ଏବଂ ସେହି ସମୟରୁ ସେ ଏଠାରେ କାର୍ଯ୍ୟ କରିଆସୁଛନ୍ତି ।

୨୦୦୪ ମସିହାରେ ଯେତେବେଳେ ରାହୁଲ ଗାନ୍ଧୀ ପ୍ରଥମ ଥର ଆମେଥିରେ ନିର୍ବାଚନ ଲଢିଥିଲେ କେଏଲ ଶର୍ମା ସେତେବେଳେ ତାଙ୍କ ପାଖରେ ଉପସ୍ଥିତ ଥିଲେ । ବର୍ତ୍ତମାନ ସେ ସେହି ଆମେଥିରୁ ରାହୁଲଙ୍କ ସ୍ଥାନରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଛି ପାର୍ଟୀ କେଏଲ ଶର୍ମାଙ୍କୁ ଟିକେଟ ଦେଇ ଆସନକୁ ସୁରକ୍ଷିତ ରଖିପାରୁଛି ନା ନାହିଁ ।

Get real time updates directly on you device, subscribe now.