ଫେସବୁକ୍ ଦେଉଛି ରୋଜଗାରର ସୁଯୋଗ! ରିଲ୍ସ ଭିଡିଓରୁ ମିଳିବ ଟଙ୍କା

ନୂଆଦିଲ୍ଲୀ: ଏଣିକି ଫେସବୁକ ରିଲ୍ସରୁ ହେବ ରୋଜଗାର । ଖୁବଶୀଘ୍ର ଫେସବୁକ୍ ରିଲ୍ସରୁ ଟଙ୍କା କମେଇପାରିବେ ସର୍ଟ ଭିଡିଓ କ୍ରିଏଟର୍ସ । ଫେସବୁକ ରିଲ୍ସର ଗ୍ଲୋବାଲ ଲଞ୍ଚ କରାଯାଇଛି ଯାହା ଫେସବୁକରେ ରିଲ୍ସ ଅର୍ଥାତ ସର୍ଟ ଭିଡିଓ ତିଆରି କରୁଥିବା ୟୁଜର୍ସ ପାଇଁ ଏକ ଭଲ ଖବର । ସର୍ଟ ଭିଡିଓ ଫିଚର ଫେସବୁକ ରିଲ୍ସର ଏବେ ୧୫୦ ଦେଶରେ ଉବଲବ୍ଧ କରାଯାଇଛି । ଫେସବୁକ ରିଲ୍ସ ପ୍ରଥମେ ୨୦୨୦ ରେ ଟିକଟକ୍ କୁ ଟକ୍କର ଦେବାକୁ ଲଞ୍ଚ କରାଯାଇଥିଲା ।

ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ଫେସବୁକ ରିଲ୍ସ କ୍ରିଏଟର୍ସଙ୍କୁ ଆୟର ସୁଯୋଗ ଦେବ । ଏଥିପାଇଁ ଖୁବ ଶୀଘ୍ର ନୂଆ ଫିଚର ଆସିବ । ଏହା ଅନୁଯାୟୀ ଏବେ ସର୍ଟ ଭିଡିଓରୁ ହେଉଥିବା ଆୟର ଏକ ଭାଗ ରିଲ୍ସ ତିଆରି କରୁଥିବା କ୍ରିଏଟରଙ୍କ ଦେବାକୁ ପ୍ରସ୍ତୁତି କରୁଛି କମ୍ପାନୀ । ଆଗାମୀ କିଛି ସପ୍ତାହରେ ଏହାର ପାଇଲଟ ବେସିସରେ ଆରମ୍ଭ ହେବ ।

ତେବେ ଅଧିକରୁ ଅଧିକ କ୍ରିଏଟରଙ୍କୁ ନିଜ ପ୍ଲାଟଫର୍ମକୁ ଆକର୍ଷିତ କରିବା ପାଇଁ ଏବଂ ଅନେକ ଦେଶରେ ଟିକଟିକ ସହ ଟକ୍କର ଦେବାପାଇଁ  ଏହାକୁ ଲଞ୍ଚ କରାଯାଇଥିବା କହିଛି କମ୍ପାନୀ । କ୍ରିଏଟର୍ସଙ୍କୁ ବିଜ୍ଞାପନ ସର୍ଟ ଭିଡିଓରୁ ହେଉଥିବା ଆୟରୁ ଭାଗୀଦାରି ମିଳିବ ।

ଫେସବୁକ ତରଫରୁ କୁହାଯାଇଛି ଯେ ପ୍ରଥମେ ଏହା ଆମେରିକା, କାନାଡା ଏବଂ ମେକ୍ସିକୋରେ ଆରମ୍ଭ କରାଯିବ । ଏହାର କିଛି ସପ୍ତାହ ପରେ ଅନ୍ୟ ଦେଶମାନଙ୍କରେ ଲଞ୍ଚ କରାଯିବ । ଫେସବୁକ ପକ୍ଷରୁ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଖୁବଶୀଘ୍ର ଏହାକୁ ଭାରତରେ ଲଞ୍ଚ କରାଯିବ, ଯାହା ଏହାର ବଡ଼ ମାର୍କେଟ ।

ତେବେ ଫେସବୁକ ଏହି ଫିଚର ଆସିବା ପରେ ସର୍ଟ ଭିଡିଓ ଦେଖିବା ବେଳେ ଯେତେବେଳେ ଆପଣ ଗୋଟିଏ ସର୍ଟ ଭିଡିଓରୁ ଅନ୍ୟ ସର୍ଟ ଭିଡିଓ ପାଇଁ ସ୍କ୍ରଲ କରିବେ ସେହି ସମୟରେ ଆପଣଙ୍କ ବିଜ୍ଞାପନ ଦେଖିବାକୁ ମିଳିବ ।